Advertisment

ପ୍ରଚାର ବେଳେ ବୃଦ୍ଧାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ

ସୋଶାଲ ମିଡିଆରେ ଭାଇରାଲ ହେଉଛି କଂଗ୍ରେସ ପ୍ରାର୍ଥୀଙ୍କ ଏହି ଭିଡିଓ।

congress candidate slap woman

congress candidate slap woman

Advertisment

ଲକୋସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ପ୍ରଚାର ମୈଦାନ। ସମସ୍ତ ରାଜନୈତିକ ଦଳର ନେତାମାନେ ପ୍ରଚାରରେ ଲାଗି ପଡିଛନ୍ତି। ପ୍ରାର୍ଥୀଙ୍କ ସମେତ ବଡ ବଡ ହେଭିଓ୍ୱେଟ୍‌ ନେତା ମଧ୍ୟ ଘନ ଘନ ପ୍ରଚାର କରୁଛନ୍ତି। ପ୍ରାର୍ଥୀମାନେ ମଧ୍ୟ ଘର ଘର ବୁଲି ଭୋଟର୍‌ଙ୍କୁ ଭୋଟ୍‌ ମାଗୁଛନ୍ତି। ଏହାରି ଭିତରେ ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ବେଳେର ଏକ ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ସେ ଜଣେ ବୃଦ୍ଧାଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେଲଙ୍ଗାନାର ନିଜାମାବାଦ ଲୋକସଭା ଆସନରୁ କଂଗ୍ରେସ ଜୀବନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ସେ ପ୍ରଚାର ମୈଦାନକୁ ଓହ୍ଲାଇ ଘର ଘର ବୁଲି ଲୋକଙ୍କୁ ଭୋଟ୍‌ ମାଗୁଛନ୍ତି। ଏହି ପ୍ରଚାର ବେଳେ ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ଜଣେ ମହିଳାଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି।

ପ୍ରକୃତରେ ନିଜ କର୍ମୀଙ୍କ ସହ ନିର୍ବାଚନ ପ୍ରଚାର ବେଳେ ଜୀବନ ରେଡ୍ଡୀ ଜଣେ ବୃଦ୍ଧ ମହିଳାଙ୍କୁ ଭେଟିଥିଲେ। ସେ ଉକ୍ତ ମହିଳାଙ୍କୁ କାହାକୁ ଭୋଟ ଦେବ ବୋଲି ପଚାରିଥିଲେ। ଏହାର ଉତ୍ତରରେ ମହିଳା ଜଣକ ଫୁଲ ଚିହ୍ନ ତଥା ବିଜେପିରେ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବାସ୍‌ ଏହା ଶୁଣିବା ପରେ ଜୀବନ ରେଡ୍ଡୀ ଉକ୍ତି ମହିଳାଙ୍କୁ ଚାପୁଡା ମାରି ଥିବା ନଜର ଆସିଛନ୍ତି।

Advertisment

ଅରମୁର ବିଧାନସଭା ଅଞ୍ଚଳର ଏହି ଘଟଣା ବୋଲି କୁହାଯାଉଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଉକ୍ତ ମହିଳା ଜଣକ କଂଗ୍ରେସକୁ ଭୋଟି ଦେଇଥିଲେ। ଏହାପରେ ମହିଳା ଜଣକ କଂଗ୍ରେସ ପ୍ରତି ନିଜ ଅସନ୍ତୋଷକ ବ୍ୟକ୍ତି କରିଛନ୍ତି। ତାଙ୍କ ପେନ୍‌ସନ୍‌ ସୁବିଧା ମିଳିନଥିବା ନେଇ ସେ ଅଭିଯୋଗ ଆଣିଛନ୍ତି।

କହିରଖୁ ନିଜାମାବାଦ ଲୋକସଭା ଆସନ୍ତାରେ ଆସନ୍ତା ମେ' ୧୩ ତାରିଖରେ ଭୋଟିଂ ହେବ। ଏଠାରେ କଂଗ୍ରେସ ଜୀବନ ରେଡ୍ଡୀଙ୍କୁ ଟିକେଟ୍‌ ଦେଇଥିବା ବେଳେ ବିଜେପି ଧର୍ମପୁରୀ ଅରବିନ୍ଦଙ୍କୁ ପ୍ରାର୍ଥୀ କରିଛି।

Congress Loksabha Election 2024 Election Campaign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe