Advertisment

ଦିଲ୍ଲୀ ମେଟ୍ରୋରେ ପ୍ରେମୀ ଯୁଗଳଙ୍କ ଚୁମ୍ବନ ଭିଡିଓ ଭାଇରାଲ

ଏହି ପ୍ରେମୀ ଯୁଗଳ ଲୋକଙ୍କ ସାମ୍ନାରେ ଆଲିଙ୍ଗନ ଓ ଚୁମ୍ବନ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
 Delhi Metro

Delhi Metro

Advertisment

ପୁଣି ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ। ଦିଲ୍ଲୀ ମେଟ୍ରୋରେ ଏକ ଅଶ୍ଲୀଳ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଦିଲ୍ଲୀର ଏକ ଚାଳନ୍ତା ମେଟ୍ରୋ ଭିତରେ ପ୍ରେମୀ ଯୁଗଳ ଖୁଲମଖୁଲା ରୋମାନ୍ସ କରୁଛନ୍ତି। ଏହି ପ୍ରେମୀ ଯୁଗଳ ଲୋକଙ୍କ ସାମ୍ନାରେ ଆଲିଙ୍ଗନ ଓ ଚୁମ୍ବନ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ଦିଲ୍ଲୀର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ବାରମ୍ବାର ଯାତ୍ରୀମାନଙ୍କୁ ଏଭଳି କାର୍ଯ୍ୟକୁ ମେଟ୍ରୋ ଭିତରେ ନ କରିବାକୁ ଅନୁରୋଧ କରିଆସୁଛି। ତେବେ ଏହି ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିବା ପରେ ଅନ୍ୟ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

Advertisment

ତେବେ, ଦିଲ୍ଲୀ ମେଟ୍ରୋ ଭିତରେ ଏଭଳି ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ବାର ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପରେ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ସୋଶାଲ ମିଡିଆ ୟୁଜର ଡିଏମଆରସିକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

ତେବେ ଅନ୍ୟ ଯାତ୍ରୀମାନେ ଏଭଳି କାର୍ଯ୍ୟର ଭିଡିଓ ଉତ୍ତୋଳନ କରିବା ଏବଂ ସେମାନଙ୍କ ବିନା ଅନୁମତିରେ ଭିଡିଓ ଭାଇରାଲ କରିବାକୁ ନେଇ ଅନ୍ୟ କିଛି ସୋଶାଲ ମିଡିଆ ୟୁଜର ପ୍ରଶ୍ନ ଉଠାଇଛନ୍ତି।

Delhi Metro Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe