Advertisment

କେଉଁଠି ଲୁଚିଛି ମୋଷ୍ଟୱାଣ୍ଟେଡ ହାଫିଜ ସୟିଦ?

ଲାହୋରର ଗୋଟିଏ ଜନଗହଲୀ ପୂର୍ଣ୍ଣ ଅଞ୍ଚଳରେ ହାଫିଜ ରହିଥିବା ବେଳେ ପାକିସ୍ତାନ ସରକାରଙ୍କ ପକ୍ଷରୁ ତା’କୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

Hafiz

Hafiz

Advertisment

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଠିକଣା ମିଳିଛି। ସେ ପାକିସ୍ତାନର ଲାହୋରରେ ଥିବା ଭିଡିଓ ସାମ୍ନାକୁ ଆସିଛି। ପୂର୍ବରୁ ହାଫିଜ ପାକିସ୍ତାନରେ ଥିବା ସମସ୍ତେ ଜାଣିଥିଲେ। ହେଲେ ପ୍ରଥମଥର ପାଇଁ ସ୍ୟାଟେଲାଇଟ ଛବିରୁ ତା’ର ଠିକଣା ପୂରା ବିଶ୍ୱ ଦେଖିଛି।

Advertisment

ଲାହୋରର ଗୋଟିଏ ଜନଗହଲୀ ପୂର୍ଣ୍ଣ ଅଞ୍ଚଳରେ ହାଫିଜ ରହିଥିବା ବେଳେ ପାକିସ୍ତାନ ସରକାରଙ୍କ ପକ୍ଷରୁ ତା’କୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ନିକଟରେ ପହଲଗାମ ଆକ୍ରମଣର ମଧ୍ୟ ସୂତ୍ରଧର ଥିଲା। ସେ ଲାହୋରର ଗୋଟିଏ ଆବାସିକ ଅଞ୍ଚଳରେ ରହୁଥିବା ବେଳେ ତା’ ଘରର ଚାରିପାଖରେ ବନ୍ଧୁକଧାରୀମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି।

ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିଲା। ଏହି ଆକ୍ରମଣ ପାଇଁ ଲସ୍କରର ସହଯୋଗୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ନିଜକୁ ଦାୟୀ କରିଛି। ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ହାଫିଜର ଠିକଣା ସମ୍ପର୍କରେ ପ୍ରଥମଥର ପାଇଁ ବଡ଼ ଖବର ମିଳିଛି।

Advertisment

ହାଫିଜ ସୟିଦ ଏମିତି ଏକ ସ୍ଥାନରେ ରହୁଛି, ଯାହାକୁ ଦେଖିଲେ ଲାଗିବ ନାହିଁ ଯେ ସେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କ ଆକ୍କା। ସେ ଲାହୋରର ଗୋଟିଏ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ସାଧାରଣ ଲୋକଙ୍କ ଭଳି ରହିଛୁ। ତା’ ଘରର ଚାରିପାଖରେ ସାଧାରଣ ଲୋକ ସ୍ୱାଭାବିକ ଢଙ୍ଗରେ ରହୁଛନ୍ତି। ଏକାନ୍ତ ବା ଗୁପ୍ତ ସ୍ଥାନରେ ରହିଲେ, ଏୟାର ଷ୍ଟ୍ରାଇକ ଆଶଙ୍କା ଥିବାରୁ ହାଫିଜ ଜାଣିଶୁଣି ଜନଗହଳୀ ପୂର୍ଣ୍ଣ ଅଞ୍ଚଳରେ ରହୁଛି।

ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବି ଓ ଭିଡିଓରୁ ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ହାଫିଜର ଘର ରେକର୍ଡ ହୋଇଛି। ତା’ ଘର ସାମ୍ନାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାଦା ପୋଷାକରେ ରହିଛନ୍ତି। ସେମାନେ ମଧ୍ୟ ହାଫିଜର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ନିଶ୍ଚିତ କରିଛନ୍ତି। ସେମାନେ ୨୪ ଘଣ୍ଟିଆ ପ୍ରହାର କାମରେ ସରକାରଙ୍କ ତରଫରୁ ନିୟୋଜିତ ହୋଇଛନ୍ତି।

ସ୍ୟାଟେଲାଇଟ ଛବି ଅନୁଯାୟୀ, ମୋଟ ୩ଟି କୋଠା କଏଦ ହୋଇଛି। ଏହା ମଧ୍ୟରେ ଗୋଟିଏ କୋଠା ହେଉଛି ହାଫିଜର ବାସଭବନ। ସେହିପରି ଆଉ ଗୋଟିଏ ବିରାଟ ବିଲଡିଂରେ ଗୋଟିଏ ମସଜିଦ ଓ ମଦ୍ରାସା ରହିଛି। ସେହିପରି ଆଉ ଗୋଟିଏ ସ୍ଥାନରେ ଘରୋଇ ପାର୍କ ରହିଛି। ଏଠାରେ ହାଫିଜ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ହାଫିଜକୁ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନ ତା’କୁ ଜେଲରେ ରଖିଥିବା ପୂରା ବିଶ୍ୱକୁ କହିଥିଲା। କିନ୍ତୁ ବାସ୍ତବରେ ସେ ପାକିସ୍ତାନରେ ବେଶ ସ୍ୱାଭାବିକ ଜୀବନ ବିତାଉଛି। ପାକିସ୍ତାନ ସରକାର ତା’କୁ ଜେଲରେ ଭର୍ତ୍ତି କରିବା ବେଳେ କଡ଼ା ସୁରକ୍ଷା ଯୋଗାଇ ଦେଇଛନ୍ତି।

ହାଫିଜ ସୟିଦ ଲାହୋରରେ ଲୁଚି ଥିବା ଭାରତୀୟ ସୁରକ୍ଷା ଏଜେନ୍ସି ପାଖରେ ବି ଖବର ରହିଛି। ଏକଥା ଭାରତ ବାରମ୍ବାର କହି ଆସୁଥିଲେ ହେଁ ପାକିସ୍ତାନ ସ୍ୱୀକାର କରିନାହିଁ। ଏବେ ତଥ୍ୟ ପ୍ରମାଣ ସହ ପାକିସ୍ତାନର ହାଫିଜ ମିଛର ପର୍ଦ୍ଦାଫାସ ହୋଇଛି।

ଘନିଷ୍ଠ ସହଯୋଗୀ ଅବୁ କତାଲର ହତ୍ୟା ପରେ ହାଫିଜର ପୂରା ଡରି ଯାଇଥିଲା। ଏଥିପାଇଁ ପାକିସ୍ତାନ ସରକାର ତା’ର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଥିଲେ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ହାଫିଜର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ ଓ ତା’ର ବାସଭବନକୁ ଗୋଟିଏ ସବ ଜେଲରେ ପରିଣତ କରାଯାଇଥିଲା। ଅର୍ଥାତ ତା’କୁ ଅଧିକ ପରିମାଣର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏବେ ଏହାର ପ୍ରମାଣ ସାମ୍ନାକୁ ଆସିଛି।

Pakistan Terror Attack Jammu Kashmir Hafiz Saeed Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe