Advertisment

ଚନ୍ଦ୍ରଯାନ-୩ ସଫଳତା ପାଇଁ ବ୍ରତ ରଖିଲେ ସୀମା ହାଇଦର, ଭାଇରାଲ ହେଉଛି ଭିଡିଓ

ଭାରତର ସଫଳତା ମନାସି ବ୍ରତ ରଖିଲେ ସୀମା ହାଇଦର। ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରୁଥିବାର ଭିଡିଓ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
Seema Haider Praying God

Seema Haider Praying God

Advertisment

ଆଉ କିଛି ଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା। କେବଳ ବୈଜ୍ଞାନିକମାନେ ନୁହଁନ୍ତି ପୂରା ଦେଶବାସୀ ଏହାକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଚନ୍ଦ୍ରଯାନର ସଫଳ ଯାତ୍ରା ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚରେ ଚାଲିଛି ପୂଜାର୍ଚ୍ଚନା। ଜାତି-ଧର୍ମ ନିର୍ବିଶେଷରେ ସଭିଏଁ ଏକ ହୋଇ ପୂଜାପାଠ କରୁଛନ୍ତି। ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର।

Advertisment

ଭାରତର ସଫଳତା ମନାସି ସୀମା ହାଇଦର ବ୍ରତ ରଖିଥିବା ଚର୍ଚ୍ଚା ହେଉଛି। ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ହିନ୍ଦୁ ଦେବାଦେବୀଙ୍କୁ ପୂଜା କରୁଥିବାର ଭିଡିଓ ଭାଇରାଲ୍ ହେଉଛି। ଭିଡିଓ ଅନୁଯାୟୀ, ଚନ୍ଦ୍ରଯାନର ସଫଳତା ପାଇଁ ବ୍ରତ ରଖିଛନ୍ତି ସୀମା। ଯେପର୍ଯ୍ୟନ୍ତ ସଫ୍ଟ ଲ୍ୟାଣ୍ଡିଂ ନ ହୋଇଛି, ସେ ସେପର୍ଯ୍ୟନ୍ତ ସେ ବ୍ରତ ରଖିବେ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏଥିସହ ସେ ରାଧେକୃଷ୍ଣ, ପ୍ରଭୁ ଶ୍ରୀରାମ, ଶ୍ରୀରାଧା ଏବଂ ହିନ୍ଦୁ ଦେବାଦେବୀଙ୍କ ନାମ ନେଇ ପୂଜା କରୁଛନ୍ତି।

Advertisment

ପାକିସ୍ତାନର ସୀମା ହାଇଦର ଅନଲାଇନ୍ ଗେମ୍ ମାଧ୍ୟମରେ ଉତ୍ତର ପ୍ରଦେଶର ସଚିନ ମୀନାଙ୍କୁ ପ୍ରେମ କରି ଭାରତ ଚାଲି ଆସିଥିଲେ। ତାଙ୍କର ସ୍ୱାମୀ ଥିଲେ ମଧ୍ୟ ସେ ଚାରି ପିଲାଙ୍କୁ ନେଇ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ। ଏହାକୁ ବେଆଇନ ଦର୍ଶାଇ କିଛିଦନ ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲେ ମଧ୍ୟ ଏବେ ବି ସେ ତଦନ୍ତକାରୀ ସଂସ୍ଥାଙ୍କ ରାଡାରରେ ଅଛନ୍ତି। 

ISRO Seema Haider Chandrayaan-3 ISRO Mission Pak Woman Fasting For Chandrayaan-3
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe