Cash
କୌଣସି ଅସ୍ୱାଭାବିକ ଡ୍ୟାନ୍ସ ଷ୍ଟେପ କିମ୍ବା ଷ୍ଟେଜରେ ଘଟିଥିବା ଘଟଣା ପାଇଁ ନୁହେଁ, ବରଂ ଆଉ କିଛି କାରଣ ପାଇଁ ଗୋଟିଏ ବାହାଘର ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାହାଘର ବେଳେ ଉଭୟ ବର ଓ କନ୍ୟା ଘର ପ୍ରଦର୍ଶିତ କରିଛନ୍ତି ଅମାପ ସମ୍ପତ୍ତି।
ଉତ୍ତର ପ୍ରଦେଶର ମୀରଟରେ ଗୋଟିଏ ମୁସଲିମ ପରିବାରର ବାହାଘର ବେଳେ ବିପୁଳ ପରିମାଣର ନଗଦ ଟଙ୍କା ନେଣଦେଣ ହେବାର ଭିଡିଓ ସାମ୍ନାକୁ ଆସିଛି। ବିଡ଼ା ବିଡ଼ା ଟଙ୍କା ଜଣେ ଆଉ ଜଣଙ୍କୁ ଉପହାର ଆକାରରେ ଦେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ କନ୍ୟାଙ୍କ ପରିବାର ଲୋକ ୨.୫୬ କୋଟି ନଗଦ ଟଙ୍କା ବର ପକ୍ଷଙ୍କୁ ଉପହାର ଆକାରରେ ଦେଉଛନ୍ତି। ବରର ଶାଳୀଙ୍କୁ ଜୋତା ଲୁଚାଇବା ପରମ୍ପରା ଅନୁସାରେ ୧୧ ଲକ୍ଷ ଟଙ୍କା ମିଳିଛି। ସେହିପରି ନିକା କରାଉଥିବା ମୌଲାନାଙ୍କୁ ମଧ୍ୟ ୧୧ ଲକ୍ଷ ଟଙ୍କା ଉପହାର ଆକାରରେ ଦିଆଯାଇଛି। ଏହାବାଦ ସ୍ଥାନୀୟ ମସଜିଦକୁ ୮ ଲକ୍ଷ ଟଙ୍କା ଦାନ କରାଯାଇଛି।
ମୀରଟର ଏନଏଚ ୫୮ ନିକଟରେ ଥିବା ଗୋଟିଏ ରିସର୍ଟରେ ନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଏସବୁ ଘଟିଛି। ଦୁଇ ପକ୍ଷରୁ ଲୋକଙ୍କ ଉପସ୍ଥିତିରେ ଟଙ୍କା ଭର୍ତ୍ତି ବ୍ୟାଗ କନ୍ୟା ଘର ଲୋକ ବର ପକ୍ଷଙ୍କୁ ଦେଉଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନଗଦ ୭୫ ଲକ୍ଷ ଟଙ୍କା କାର କିଣିବା ପାଇଁ ଦେଉଛନ୍ତି। ଏହି ଘୋଷଣା ପରେ କନ୍ୟା ଘର ଲୋକ ଟଙ୍କା ଭର୍ତ୍ତି ସୁଟକେସକୁ ବର ପକ୍ଷଙ୍କୁ ହସ୍ତାନ୍ତର କରିଥିଲେ।
ସୁଟକେସରୁ ୮ ଲକ୍ଷ ଟଙ୍କା କଢ଼ା ଯାଇଥିଲା ଓ କନ୍ୟା ଘର ପକ୍ଷଙ୍କୁ ଦିଆଯାଇଥିଲା ଗାଜିବାଦର ମସଜିଦକୁ ଏହି ଟଙ୍କା ଦେବାକୁ ବର ଘର ପକ୍ଷ କହିଥିଲେ। କନ୍ୟା ଘରର ଗାଜିବାଦ ହୋଇଥିବାରୁ ସେଠାକାର ମସଜିଦ ପାଇଁ ଏହି ଟଙ୍କା ଦିଆଯାଇଛି।
ଏହାପରେ ବର ଘର ପକ୍ଷରୁ ନିକା କରାଉଥିବା ମୌଲାନାଙ୍କୁ ୧୧ ଲକ୍ଷ ଓ ଜୋତା ଲୁଚାଇବା ପରମ୍ପରା ପାଇଁ କନ୍ୟାର ଭଉଣୀଙ୍କୁ ୧୧ ଲକ୍ଷ ଟଙ୍କା ଦିଆଯାଇଛି।
ଘଟଣାର ଭିଡିଓ ରେକର୍ଡିଂ କରିବାକୁ ପୂର୍ବରୁ ବାରଣ କରାଯାଇଥିଲା। ତଥାପି ଜଣେ ବ୍ୟକ୍ତି ଏହାକୁ ଗୁପ୍ତ ଭାବେ ରେକର୍ଡ କରି ନେଇଥିଲେ। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Cash_1733229372.jpg)