Advertisment

ଖାଲରେ ପଶିଲା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହଙ୍କ କାର୍‌

ସୋମବାର ଝାଡ଼ଖଣ୍ଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କ ସହ ଏଭଳି କିଛି ଘଟଣା ଘଟିଛି।

Shivraj Singh Car Stuck

Shivraj Singh Car Stuck

Advertisment

କାଦୁଅ ଭର୍ତ୍ତି ଖାଲରେ ପଶିଲା କେନ୍ଦ୍ର ମନ୍ତ୍ରୀଙ୍କ କାର୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସୋମବାର ଝାଡ଼ଖଣ୍ଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କ ସହ ଏଭଳି କିଛି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଶିବରାଜ ସିଂହ ଚୌହାନ ଝାଡ଼ଖଣ୍ଡ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ସେ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳ ପାଇଁ ପ୍ରଚାର କରିବାକୁ ସୋମବାର ସେଠାକୁ ଯାଇଥିଲେ। ତେବେ ଏହି ସମୟରେ ଝାଡ଼ଖଣ୍ଡ ବହରାଗୋଡା ସହରରରେ ତାଙ୍କ କାର୍‌ଟି ଏକ ଖାଲରେ ଫଶିଯାଇଥିଲା।

ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ବଡ଼ ଖାଲ ଢ଼ିପ ସୃଷ୍ଟି ହୋଇ କାଦୁଅ ଭର୍ତ୍ତି ହୋଇ ରହିଥିଲା। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ କାର୍‌ ଏହି ଖାଲରେ ଫଶି ଯାଇଥିଲା। ଏହାପରେ ତାଙ୍କ ସୁରକ୍ଷା କର୍ମୀମାନେ କାର୍‌ ନିକଟରେ ପହଞ୍ଚିଥିଲେ। ପରେ ଶିବରାଜ ସିଂ ଚୌହାନଙ୍କୁ ଗାଡିକୁ ଖାଲ ଭିତରୁ ବାହାରକୁ ଆଣିଥିଲେ।

Advertisment

କହିରଖୁ ଯେ, ସୋମବାର ବର୍ଷା ଭିତରେ ଝାଡଖଣ୍ଡ ଗସ୍ତରେ ଯାଇଥିଲେ ଶିବରାଜ ସିଂହ ଚୌହାନ। ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି ସେ କଳା ମେଘ ଓ ରାଜ୍ୟର ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମଧ୍ୟରେ ତୁଳନା କରିଥିଲେ।

ସେ ହେମନ୍ତ ସୋରେନ୍‌ ସରକାରକୁ ଟାର୍ଗେଟ୍‌ କରି କହିଥିଲେ ଯେ, ଯେପରି ମେଘ ସଙ୍କଟ ଭଳି ଆସିଛି, ହେମନ୍ତ ସୋରେନ ସରକାର ଏହି ମେଘ ଅପେକ୍ଷା ଏକ ବଡ଼ ସଙ୍କଟ। ଏହା ଜେଏମଏମ ନୁହେଁ ବରଂ ହେମନ୍ତ ସୋରେନଙ୍କ ଦ୍ୱାରା ପରିଚାଳିତ 'ଅପରାଧ, ହତ୍ୟା ଏବଂ ମାଫିଆ' ସରକାର।

Bjp Shivraj Singh Chauhan Jharkhand Assembly Poll Car Stuck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe