Vijay
ଅଭିନେତାରୁ ନେତା ବନିବାକୁ ଚେଷ୍ଟା କରୁଥିବା ଅଭିନେତା ବିଜୟ ଆଜି ମଦୁରାଇରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ନିକଟରେ ଟିଭିକେ ନାମରେ ଦଳ ଗଠନ କରିଥିବା ବିଜୟ ଆଜି ପାରାପଠୀରେ ବଡ଼ ଘୋଷଣା କରିଛନ୍ତି। ଏଠାରେ ଦଳର ଦ୍ୱିତୀୟ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରାଯାଥିବା ବେଳେ ହଜାର ହଜାର କର୍ମୀ, ନେତା ଓ ସମର୍ଥକ ଉପସ୍ଥିତ ରହିଥିଲେ। ଦୀର୍ଘ କିମି ଧରି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଏହି ବିଶାଳ ଜନାବେଶରେ ଟିଭିକେ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମଥର ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ବିଜୟ ଘୋଷଣା କରିଛନ୍ତି। ଦଳ ରାଜ୍ୟର ସମସ୍ତ ଆସନ ନୁହେଁ, ବରଂ କିଛି ସ୍ଥାନରେ ପ୍ରାର୍ଥୀ ଦେବ। ନିଜେ ବିଜୟ ମଦୁରାଇ ଇଷ୍ଟ ଆସନରେ ଲଢ଼ିବେ ବୋଲି କହିଛନ୍ତି। ଏଥିସହ ସେ ବିଜେପିକୁ ବିଚାରଧାରାର ଶତ୍ରୁ ଓ ଡିଏମକେକୁ ରାଜନୀତିକ ଶତ୍ରୁ ଭାବେ ଅଭିହିତ କରି ମେଣ୍ଟ ସମ୍ଭବନାକୁ ଅଗ୍ରାହ୍ୟ କରି ଦେଇଛନ୍ତି।
ନିଜ ଭାଷଣରେ ବିଜୟ କହିଛନ୍ତି, “ଆମର ଏକମାତ୍ର ବିଚାରଧାରାଗତ ଶତ୍ରୁ ହେଉଛି ବିଜେପି। ଆମର ରାଜନୀତିକ ଶତ୍ରୁ ହେଉଛି ଡିଏମକେ। ଟିଭିକେ ଏମିତି ଏକ ଦଳ ଯିଏ କାହାକୁ ବି ଡରେ ନାହିଁ କିମ୍ବା ଆମର କେହି ବି ଅଣ୍ଡରଗ୍ରାଉଣ୍ଡ ମାଫିଆ ବ୍ୟବସାୟ ସହ ଜଡ଼ିତ ନୁହନ୍ତି।
ପୂରା ତାମିଲନାଡୁର ଶକ୍ତି ଆମ ସହ ରହିଛି। ଫାଶୀବାଦୀ ବିଜେପି ଓ ବିଷାକ୍ତ ଡିଏମକେ ବିରୋଧରେ ଆମକୁ ଏକାଠି ହେବାକୁ ପଡ଼ିବ। ମୋତେ କୌଣସି କ୍ଲୀତସଦାସ ମେଣ୍ଟ ସହ ହାତ ମିଳାଇବାର ନାହିଁ। ଆମ ମେଣ୍ଟ କେବେ ହେଲେ ସ୍ୱାର୍ଥବାଦୀ ହୋଇପାରିବ ନାହିଁ। ଏହା ଆତ୍ମସମ୍ମାନ ଭରା ମେଣ୍ଟ ହେବ।”
ବେଧଡ଼କ ଅନ୍ଦାଜର ଭାଷଣ ଦେଇଥିବା ବିଜୟ ନିଜ ରାଜନୀତିକ କ୍ୟାରିୟର ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଗୋଟିଏ ସିଂହ ସବୁବେଳେ ବିଚିତ୍ର। ଯଦି ସିଂହ ରଣହୁଙ୍କାର ଦିଏ, ତା’ହେଲେ ଏହା ୮ କିମି ଦୂର ଯାଏ ଶୁଭେ। ସେଭଳି ସିଂହ କେବଳ ଶିକାର କରିବାକୁ ବାହାରନ୍ତି। ଜଙ୍ଗଲରେ ଅନେକ ବିଲୁଆ ରହିଛନ୍ତି। କିନ୍ତୁ ସିଂହ ଗୋଟିଏ। ସେ ଜଙ୍ଗଲର ରାଜା। ସିଂହ ସବୁବେଳେ ସିଂହ। ଏହା ଗୋଟିଏ ସ୍ପଷ୍ଟ ଘୋଷଣାନାମା।”
ବିଜୟ ଆହୁରି କହିଛନ୍ତି ଯେ ତାମିଲନାଡୁର ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଛଛି। ଦୟା କରି କାଟଚାଥିଭୁକୁ ମତ୍ସ୍ୟଜୀବୀକୁ ଫେରାଇ ଦିଆଯାଉ। ତାମିଲନାଡୁରେ ନିଟ୍ର ଆବଶ୍ୟକତା ନାହିଁ। ଦୟା କରି ଏହାକୁ ଉଚ୍ଛେଦ କରାଯାଉ ବୋଲି ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Vijay_1755779140.jpg)