Advertisment

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ବିମାନଟିରେ ମୋଟ ୨୪୨ ଜଣ ସବାର ହୋଇଥିଲେ। ସେମାନଙ୍କ ମଧ୍ୟରେ ୫୨ ଜଣ ବ୍ରିଟିଶ ନାଗରିକ ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Vijya

Vijya

ଗୁଜରାଟର ଅହମଦାବାଦରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୂରା ଜଳି ଯାଇଥିବା ବେଳେ ସେଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ ବୋଲି ଖବର ଆସିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ କିଛି ସୂଚନା ମିଳିପାରି ନାହିଁ।

Advertisment

ବିଜୟ ରୂପାନୀ ୨୦୧୬ ଅଗଷ୍ଟରୁ ୨୦୨୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ଏହି ବିମାନଟି ଦିଲ୍ଲୀରୁ ଆସି ଅହମଦାବାଦ ଦେଇ ଲଣ୍ଡନ ଅଭିମୁଖେ ଯାଉଥିଲା। ବିମାନଟିରେ ମୋଟ ୨୪୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୨୩୦ ଜଣ ଯାତ୍ରୀ ହୋଇଥିବା ବେଳେ ୧୨ ଜଣ କ୍ରିଉ ମେମ୍ବର ରହିଥିଲେ। ୨୩୦ ଯାତ୍ରୀଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ ଥିଲେ। ଏହା ବ୍ୟତୀତ ୫୨ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଓ ଜଣେ କାନାଡ଼ା ନାଗରିକ ଥିଲେ। 

Advertisment

ବିମାନଟି ଅହମଦାବାଦ ବିମାନ ବନ୍ଦରରୁ ଅପରାହ୍ନ ୧ଟା ୩୯ ମିନିଟ୍‌ରେ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ଏହା ମେଘାନୀ ନଗରରେ ଜନବସତି ଅଞ୍ଚଳରେ ଏକ କୋଠା ଉପରେ ପଡ଼ିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାମାତ୍ରେ ବଡ଼ ବିସ୍ଫୋରଣ ହୋଇଥିଲା ଓ ପୂରା ଜଳି ଯାଇଥିଲା। ବିମାନଟି ଜଳିଯିବା ପରେ ଅହମଦାବାଦର ସର୍ଦ୍ଦାର ବଲ୍ଳଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣାପଡ଼ିନାହିଁ। ତେବେ ପାଇଲଟ୍‌ ‘MAYDAY CALL’ କରିଥିବା ସ୍ପଷ୍ଟ ହୋଇଛି। ଆସନ୍ନ ବିପଦ ଜାଣିପାରି ପାଇଲଟ୍‌ ‘MAYDAY CALL’ କରିଥିଲେ। ‘MAYDAY CALL’ ସ୍ପଷ୍ଟ କଲା ଡିଜିସିଏ।