Advertisment

ବିମାନ କ୍ରାଶରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସମେତ ୨୪୧, ପୂର୍ବରୁ ବଲବନ୍ତ ରାୟଙ୍କ ଜୀବନ ଯାଇଥିଲା

କ୍ରାଶ ଯୋଗୁ ସମସ୍ତେ ପୋଡ଼ି ହୋଇ ପ୍ରାଣ ହରାଇଥିବାରୁ ଶବ ଚିହ୍ନଟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏଥିପାଇଁ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅହମଦାବାଦ ପୁଲିସ୍‌ କମିଶନର କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
air India

air India

ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କ ଜୀବନ। ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରି ଜଣେ ଯାତ୍ରୀ ଜୀବିତ ଉଦ୍ଧାର ହୋଇଛନ୍ତି। ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି। ଜୀବିତ ଯାତ୍ରୀ ଜଣଙ୍କ ବିମାନର ୧୧ ଏ ସିଟରେ ବସିଥିଲେ। 

Advertisment

ବିମାନଟି ବିଜେ ମେଡିକାଲ କଲେଜର ହଷ୍ଟେଲରେ ମାଡ଼ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ବିମାନରେ ଥିବା ସମସ୍ତ ୨୪୨ ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ସେହିପରି ମେଡିକାଲ କଲେଜର ୫ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟ ଏଥିଯୋଗୁ ଜୀବନ ଯାଇଛି। 

କ୍ରାଶ ଯୋଗୁ ସମସ୍ତେ ପୋଡ଼ି ହୋଇ ପ୍ରାଣ ହରାଇଥିବାରୁ ଶବ ଚିହ୍ନଟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏଥିପାଇଁ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅହମଦାବାଦ ପୁଲିସ୍‌ କମିଶନର କହିଛନ୍ତି। ତାଙ୍କ କହିବା କଥା ଯେ ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ କୌଣସି ଯାତ୍ରୀ ବଞ୍ଚିବା ଆଶା କମ। କିଛି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ସେମାନେ ବଞ୍ଚିବାର ଆଶା କ୍ଷୀଣ। ବିମାନରେ ନିଆଁ ଲାଗିବା ଯୋଗୁ ସମସ୍ତ ୨୪୨ ଜଣ ଲୋକ ପୋଡ଼ି ଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ବେଶ କଷ୍ଟକର। 

Advertisment

ଅହମଦାବାଦରୁ ଏୟାର ଇଣ୍ଡିଆନର ବିମାନ ଲଣ୍ଡନ ଯାଉଥିଲା। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ରହିଥିଲେ। ବିମାନ କ୍ରାଶ ଯୋଗୁ ସେ ମଧ୍ୟ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ରୂପାନୀ ୨୦୧୬ରୁ ୨୦୨୧ ଯାଏ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ଲଣ୍ତନରେ ତାଙ୍କ ପତ୍ନୀ ରହୁଥିବାରୁ ତାଙ୍କୁ ଆଣିବା ପାଇଁ ରୂପାନୀ ସେଠାକୁ ଯାଉଥିଲେ। କିନ୍ତୁ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଉଡ଼ାଣ ଭରିବାର ୫ ମିନିଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପୂରା ଛିନଛତ୍ର ହୋଇଯାଇଛି।

ଆକାଶ ପଥରେ ଦ୍ୱିତୀୟ ଥର ପାଇଁ ଗୁଜରାଟର କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୬୮ ବର୍ଷୀୟ ରୂପାନୀଙ୍କ ପୂର୍ବରୁ ୬ ଦଶନ୍ଧି ପୂର୍ବରୁ ବଲବନ୍ତ ରାୟ ମେହେତା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ବଲବନ୍ତ ରାୟ ମେହେତା କେମିତି ପ୍ରାଣ ହରାଇଥିଲେ?

୧୯୬୫ ମସିହା ସେପ୍ଟେମ୍ବର ମାସରେ ଗୁଜରାଟ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବଲବନ୍ତ ରାୟ ମେହେତା ଅହମଦାବାଦରୁ ମିଥାପୁର ଗୋଟିଏ ଚାର୍ଡାର୍ଟ ପ୍ଲେନରେ ଯାଉଥିଲା। ଏତିକି ବେଳେ ଭାରତ-ପାକିସ୍ତାନ ଯୁଦ୍ଧ ବି ଚାଲିଥିଲା। ପାକିସ୍ତାନ ବାୟୁ ସେନା ବଲବନ୍ତଙ୍କ ସାମରିକ ବିମାନ ଭାବି ୨ଟି ଏଫ ୮୬ ସାବ୍ରେ ଜେଟରୁ କଚ୍ଚର ରାନ୍ନ ଠାରେ ଗୁଳି ମାଡ଼ କରିଥିଲା। ଏଥିଯୋଗୁ ବିମାନଟି କ୍ରାଶ ହୋଇଯାଇଥିଲା।

ଏଥିରେ ବଲବନ୍ତ, ତାଙ୍କ ପତ୍ନୀ ସରୋଜବେଜ, କିଛି ସହଯୋଗୀ, ଜଣେ ସାମ୍ବାଦିକ ଓ ଦୁଇ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିଲେ। ବିମାନକୁ ନିଜେ ବଲବନ୍ତ ରାୟ ମେହେତା ଚଳାଉଥିଲେ। ପାକିସ୍ତାନ ପରବର୍ତ୍ତୀ ସମୟରେ ନିଜ ଭୁଲକୁ ସ୍ୱୀକାର କରିଥିଲେ ହେଁ କେବେ ହେଲେ କ୍ଷମା ମାଗି ନଥିଲା।

କେବଳ ଗୁଜରାଟ ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିମାନ ଅଘଟଣରେ ହରାଇ ନାହିଁ। ୨୦୦୯ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଏସ୍‌ ରାଜ ଖଣ ରେଡ୍ଡୀଙ୍କ ହେଲିକପ୍ଟର ଖରାପ ପାଣିପାଗ ଯୋଗୁ ନାଲ୍ଲାମାଲା ଜଙ୍ଗଲରେ ଖସି ପଡ଼ିଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୧୧ରେ ଅରୁଣାଚଳ ପ୍ରଦେଶର ଦୋର୍ଜୀ ଖାଣ୍ଡୁ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିଲେ। ବେଶ କିଛି ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

Air India Plane Crash Air India Flight