Advertisment

Vijay: ବିଜୟଙ୍କ ନିର୍ବାଚନ ପ୍ରତିଶ୍ରୁତି: ଜିତଲେ ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା ଓ କନ୍ୟାମାନଙ୍କୁ ୮ ଗ୍ରାମ ସୁନା

ମହିଳାଙ୍କ ସୁରକ୍ଷା ତାଙ୍କ ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ବିଜୟ କହିଛନ୍ତି, “ମହିଳାଙ୍କ ସୁରକ୍ଷା ଟିଭିକେର ପ୍ରଥମ ପ୍ରତିଶ୍ରୁତି। ମହିଳାଙ୍କ ସୁରକ୍ଷା ପାଇଁ ଗୋଟିଏ ସ୍ୱତନ୍ତ୍ର ବିଭାଗ ଗଠନ ହେବ ଓ ସେହି ବିଭାଗ ମୋ ଅଧୀନରେ ରହିବ।”

Vijay

ବିଜୟ

Advertisment

ଅଭିନେତାରୁ ନେତା ବନିଥିବା ବିଜୟ(Actor Politician Vijay) ଶନିବାର ତାମିଲନାଡୁର ମହିଳା ଓ ବିଭିନ୍ନ ପରିବାରକୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଦଳ ଟିଭିକେ କ୍ଷମତାକୁ ଆସିଲେ ମହିଳାମାନଙ୍କୁ ମାସିକ ୨୫୦୦ ଟଙ୍କା ଦେବ। ମହିଳାମାନେ ମାଗଣାରେ ପୂରା ରାଜ୍ୟରେ ବୁଲି ପାରିବେ ବୋଲି ମହିଳା ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ବିଜୟ। 

Advertisment

ମହାବଲପୁରମରେ ଦଳର ମହିଳା କ୍ୟାଡରଙ୍କୁ ସମ୍ବୋଧନ କରି ମହିଳାଙ୍କ ସୁରକ୍ଷା ତାଙ୍କ ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ବିଜୟ କହିଛନ୍ତି, “ମହିଳାଙ୍କ ସୁରକ୍ଷା ଟିଭିକେର ପ୍ରଥମ ପ୍ରତିଶ୍ରୁତି। ମହିଳାଙ୍କ ସୁରକ୍ଷା ପାଇଁ ଗୋଟିଏ ସ୍ୱତନ୍ତ୍ର ବିଭାଗ ଗଠନ ହେବ ଓ ସେହି ବିଭାଗ ମୋ ଅଧୀନରେ ରହିବ।”

ବିଜୟ ଘୋଷଣା କରିଥିବା ପ୍ରମୁଖ ପ୍ରତିଶ୍ରୁତି ମଧ୍ୟରେ ୬୦ ବର୍ଷରୁ କମ ବୟସ୍କ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ। ଏହାକୁ ପ୍ରତି ମାସରେ ବୃଦ୍ଧି କରାଯିବ। କିନ୍ତୁ ରାଜ୍ୟ ଓ କେନ୍ଦ୍ରରେ ଚାକିରି କରୁଥିବା ମହିଳାଙ୍କୁ ମାସିକ ଭତ୍ତା ଯୋଜନାରେ ସାମିଲ କରାଯିବ ନାହିଁ।  

Advertisment

ଡିଏମକେ ଓ ଏଆଇଏଡିଏମକେ ପୂର୍ବରୁ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ଦେବେ ବୋଲି କହିଥିବା ବେଳେ ବିଜୟ ଏହାକୁ ୨୫୦୦ କରିଛନ୍ତି। ବିଜୟ ଆହୁରି କହିଛନ୍ତି ଟିଭିକେ କ୍ଷମତାକୁ ଆସିବା ପରେ ଅନ୍ନପୋରାନି ସୁପର ୬ ଯୋଜନା ଲାଗୁ କରିବ। ଏହି ଯୋଜନାରେ ପ୍ରତିଟି ପରିବାରକୁ ବାର୍ଷିକ ମାଗଣାରେ ୬ଟି ଏଲପିଜି ସିଲିଣ୍ଡର ମିଳିବ। 

ବାହାଘର ବେଳେ ସହାୟତା କରିବାର ଯୋଜନା ମଧ୍ୟ ବିଜୟ ଲାଗୁ କରିବେ। ବାହା ହେବାକୁ ଯାଉଥିବା କନ୍ୟାମାନଙ୍କୁ ୮ ଗ୍ରାମ ସୁନା ସହ ଗୋଟିଏ ସିଲ୍କି ଶାଢ଼ୀ ତାଙ୍କ ଦଳ କ୍ଷମତାକୁ ଆସିଲେ ଦେବ। ମହିଳାମାନଙ୍କୁ ଟିଭିକେ ସରକାର ମାଗଣାରେ ପୂରା ତାମିଲନାଡୁ ବୁଲାଇବ ବୋଲି ବିଜୟ ପ୍ରତିଶ୍ରୁତି ଦେଇଛନ୍ତି। 

ତାମିଲନାଡୁରେ ପିଲାଟି ଜନ୍ମ ହେବା ମାତ୍ରେ ତାଙ୍କୁ ମାଗଣାରେ ସୁନା ମୁଦି ଦିଆଯିବ। ଟିଭିକେ ସରକାର ଏମିତି ଏକ ଯୋଜନା ପ୍ରଣୟନ କରିବେ ଯେଉଁଥିରେ ଶିକ୍ଷାର୍ଥୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ ବୋଲି ବିଜୟ କହିଛନ୍ତି। 

Actor Politician Vijay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe