/odisha-reporter/media/media_files/2025/10/07/karur-2025-10-07-15-56-28.jpg)
ଦଳଚକଟା ସ୍ଥଳର ଦୃଶ୍ୟ
ଅଭିନେତାରୁ ନେତା ବନିଥିବା ସୁପରଷ୍ଟାର ବିଜୟ କରୁର ଦଳାଚକଟାରେ ପ୍ରାଣ ହରାଇଥିବା ପ୍ରତିଟି ଲୋକଙ୍କ ପରିବାର ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ଗତମାସରେ ତାମିଲନାଡୁ(Tamilnadu)ର କରୁରରେ ଟିଭିକେ ମୁଖ୍ୟ ବିଜୟ କରୁଥିବା ରାଜନୀତିକ ରାଲିରେ ଭୟଙ୍କର ଦଳା ଚକଟା ହୋଇଥିଲା। ଏଥିରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଏବେ ଦଳା ଚକଟାରେ ପ୍ରାଣ ହରାଇଥିବା ପ୍ରତି ଲୋକଙ୍କ ପରିବାର ବର୍ଗଙ୍କୁ ବିଜୟ ବ୍ୟକ୍ତିଗତ ଭାବେ ଭିଡିଓ କଲ କରି କଥା ହେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ଭାବେ ସେ ୪ରୁ ୫ ଜଣ ମୃତଙ୍କ ପରିବାର ଲୋକଙ୍କ କଥା ହୋଇଛନ୍ତି। ଏବେ ବି ସେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ କଲ କରି ଚାଲିଛନ୍ତି। ସମସ୍ତଙ୍କ ସହ କଥା ହୋଇ ବିଜୟ ସେମାନଙ୍କ ସହ ରହିଥିବା ଜଣାଇଛନ୍ତି।
ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜୟଙ୍କ ରାଲିରେ ଦଳଚକଟା ରାଜନୀତିକ ହଟଚମଟ ସୃଷ୍ଟି କରିଥିଲା। ହେଲେ କ୍ଷମତାସୀନ ଡିଏମକେ କିମ୍ବା ବିଜେପି ଦଳାଚକଟା ଘଟଣା ପାଇଁ ବେଶ ଶାଣିତ ଢଙ୍ଗରେ ସିଧାସଳଖ ବିଜୟଙ୍କୁ ଟାର୍ଗେଟ ନ କରିବା ସମସ୍ତଙ୍କୁ ଚକିତ କରିଛି।
ଏସବୁ ଭିତରେ ବିଜୟ(Vijay Thalapathy) ଆଜି ଠାରୁ ଦଳାଚକଟା ଘଟଣାରେ ପ୍ରଭାବିତ ଲୋକଙ୍କ ପରିବାର ପାଖରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି। ସୂତ୍ର ଅନୁସାରେ, ପୀଡ଼ିତଙ୍କ ପରିବାର ଲୋକଙ୍କୁ ବିଜୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ସେମାନଙ୍କୁ ସାକ୍ଷାତ କରିବେ। ବର୍ତ୍ତମାନ ମଧ୍ୟ ସେ ସମସ୍ତଙ୍କୁ ଦେଖା କରିବାକୁ ଚାହାନ୍ତି। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମସ୍ୟା ଯୋଗୁ ସେ ସେମାନଙ୍କ ପାଖରେ ପହଞ୍ଚି ପାରୁ ନଥିବା କହିଛନ୍ତି।
ସମସ୍ତଙ୍କ ସହ ବିଜୟ ପ୍ରାୟ ୨୦ ମିନିଟ ଧରି କଥା ହୋଇଛନ୍ତି। ସେମାନଙ୍କୁ ସହାନୁଭୂତ ଜଣାଇବା ସହ ସହାୟତା କରିବାର ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏ ଘୋଷଣା କରିଥିଲେ ବିଜୟ।
ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ବିଜୟ ଭିଡିଓ କଲ ସମୟରେ କହିଛନ୍ତି ଯେ “ମୁଁ ଆପଣମାନଙ୍କ ସହ ରହିଛି। ଆପଣମାନଙ୍କ ସହ ମୁଁ ସବୁବେଳେ ରହିବି।” ଭିଡିଓ କଲ ଭାବେ ଏହାକୁ ରେକର୍ଡ କିମ୍ବା ଏହାର ଫଟୋ ନ ଉଠାଇବାକୁ ପୂର୍ବରୁ ବିଜୟଙ୍କ ଟିମ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଅନୁରୋଧ କରିଥିଲା।
ଦଳାଚକଟା(Stamped) ଘଟଣା ପରେ ଏକାଧିକ ଟିଭିକେ କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ୍ ଗିରଫ କରିଛି। କିନ୍ତୁ ଘଟଣା ନେଇ ରୁଜୁ ହୋଇଥିବା ଏଫଆଇଆରରେ ବିଜୟଙ୍କ ନାଁକୁ ଉଲ୍ଲେଖ କରାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
