/odisha-reporter/media/post_attachments/uploadimage/library/16_9/16_9_0/IMAGE_1754386292.jpg)
Flash Flood
ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ଯୋଗୁ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି। ଉତ୍ତରାଖଣ୍ଡର ଉତ୍ତରକାଶର ଜିଲ୍ଲାର ଧରାଲି ଗାଁରେ ତାଣ୍ଡବ ରଚିଛି ଅଚାନକ ବନ୍ୟା। ଭୂସ୍ଖଳନ ଯୋଗୁ ଘୁଘୁ ହୋଇ ମାଡ଼ି ଆସିଛି ପାଣି ସହ ପାହାଡ଼ର ବଡ଼ବଡ଼ ପଥର ଖଣ୍ଡ। ଜନବସତିରେ ପାଣି ପଶି ଯିବାରୁ ବଡ଼ବଡ଼ ବିଲଡିଂ ଠାରୁ ଆରମ୍ଭ କରି ମାଟିର ଘର ଭାସି ଯାଇଛି।
ପାଣି କେମିତି ଗୋଟିଏ ପରେ ଗୋଟିଏ ଘରକୁ ଭସାଇ ନେଉଛି ଓ ପୂରା ଗାଁକୁ ଜଳମଗ୍ନ କରି ଦେଉଛି, ତା’ର ଛାତିଥର ଭିଡିଓ ସାମ୍ନାକୁ ଆସିଛି। ଲୋକମାନେ ଏହାକୁ ଦେଖି ଚିତ୍କାର କରୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି।
ଅଚାନକ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଲୋକମାନେ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି କିଛି ଲୋକ ମଧ୍ୟ ବନ୍ୟାର ସ୍ରୋତରେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ପ୍ରକୃତିର ତାଣ୍ଡବରୁ ହୋଟେଲ ଠାରୁ ଆରମ୍ଭ କରି ହୋମ ଷ୍ଟେ ଭଳି ବଡ଼ବଡ଼ କୋଠା ମଧ୍ୟ ବର୍ତ୍ତି ନାହାନ୍ତି। ୨୦ରୁ ୨୫ଟି ହୋଟେଲ ଏବଂ ହୋମ ଷ୍ଟେ ପାଣିର ସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଏସଡିଆରଏଫର ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉତ୍ତରାଖଣ୍ଡ ସରକାର ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ ସେନାର ସହାୟତା ଲୋଡ଼ିଛନ୍ତି।
Please save #Uttarakhand.
The mountains & rivers are crying for help. This is unbelievable tragedy. #Uttarkashi
pic.twitter.com/CAkcJ1DePw— Kumar Manish (@kumarmanish9) August 5, 2025
ସ୍ଥାନୀୟ ଅଧିକାରୀ କହିଛନ୍ତି, “କ୍ଷୀର ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଧରାଲି ମାର୍କେଟ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ହର୍ସିଲରେ ଥିବା ସ୍ଥଳ ସେନା ସମେତ ପୁଲିସ୍ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେମାନା ଭଟୱାରୀକୁ ଯାଇଛନ୍ତି।”
ରାଜ୍ୟର ମନ୍ତ୍ରୀ ସୌରଭ ବହୁଗୁଣା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଧ୍ୱଂସାବଶେଷ ତଳେ ସମ୍ଭବତଃ ଫସି ରହିଥିବା ଲୋକଙ୍କ ଜୀବନ ରକ୍ଷା କରିବାକୁ ସରକାର ସବୁଠାରୁ ଅଧିକ ପ୍ରାଧ୍ୟାନ୍ୟ ଦେଉଥିବା ସେ କହିଛନ୍ତି।
🛑
उत्तरकाशी, हर्षिल क्षेत्र में खीर गाड़ का जलस्तर बढने से धराली में नुकसान होने की सूचना पर पुलिस, SDRF, आर्मी आदि आपदा दल मौके पर राहत एवं बचाव कार्य में जुटे हैं।
उक्त घटना को देखते हुए सभी नदी से उचित दूरी बनायें। स्वयं, बच्चों व मवेशियों को नदी से उचित दूरी पर ले जायें। pic.twitter.com/tAICzWQUzc
— Uttarkashi Police Uttarakhand (@UttarkashiPol) August 5, 2025
ପ୍ରତ୍ୟେକ୍ଷଦର୍ଶୀଙ୍କ କହିଛନ୍ତି ଯେ ଏକାଧିକ ହୋଟେଲ ଅଚାନକ ବନ୍ୟାରେ ଭାସି ଯାଇଛି। ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ। ହୋଟେଲ ଓ ଘରଦ୍ୱାରର ଚିହ୍ନବର୍ଣ୍ଣ ନାହିଁ। ଉକ୍ତ ଅଞ୍ଚଳରେ ଥିବା ପ୍ରାୟ ୫୦ଟି ହୋଟେଲ ପାଣିରେ ଲୀନ ହୋଇଯାଇଛି। ଏକାଧିକ ଗାଁ ଲୋକ ମଧ୍ୟ ଫସି ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
