Advertisment

ଯୁବକଙ୍କୁ ମାରିଦେଲା ସାପ, ଜୁଇ ସହ ଜୀବନ୍ତ ଜାଲିଦେଲେ ଗାଁ ଲୋକ

ଗୋଟିଏ ବିରାଟ କାୟ ସାପ ଶନିବାର ରାତିରେ ବୈଗମାର ଗାଁର ୨୨ ବର୍ଷୀୟ ଦିଗେଶ୍ୱର ରାଥିୟାଙ୍କୁ କାମୁଡ଼ି ଦେଇଥିଲା।

Snake

snake

Advertisment

ବିଷାକ୍ତ ସାପ ଜଣେ ୨୨ ବର୍ଷୀୟ ଯୁବକଙ୍କୁ କାମୁଡ଼ି ମାରିଦେବାକୁ ଗାଁ ଲୋକ ଘଟାଇଛନ୍ତି ଭୟଙ୍କର କାଣ୍ଡ। ସେମାନେ ଚୋଟ ମାରିଥିବା ସାପକୁ ଧରିବା ସହ ଯୁବକଙ୍କ ଜୁଇରେ ତା’କୁ ଜୀବନ୍ତ ଜାଳି ଦେଇଛନ୍ତି। ଛତିଶଗଡ଼ର କୋରବା ଜିଲ୍ଲାରେ ଏପରି ଘଟଣା ଘଟିଛି।

Advertisment

ଗାଁ ଲୋକଙ୍କ କହିବା କଥା ଯେ କାଳେ ବିଷାକ୍ତ ସାପ ଆଉ କାହାକୁ କାମୁଡ଼ି ଜୀବନ ନେଇଯିବ, ସେହି ଭୟରେ ସେମାନେ ସାପଟିକୁ ପୋଡ଼ି ମାରି ଦେଇଛନ୍ତି।

ଗୋଟିଏ ବିରାଟ କାୟ ସାପ ଶନିବାର ରାତିରେ ବୈଗମାର ଗାଁର ୨୨ ବର୍ଷୀୟ ଦିଗେଶ୍ୱର ରାଥିୟାଙ୍କୁ କାମୁଡ଼ି ଦେଇଥିଲା। ଦିଗେଶ୍ୱର ତାଙ୍କ ରୁମରେ ଶୋଇବା ପାଇଁ ବେଡ ବିଛାଉଥିବା ବେଳେ ଏପରି ଘଟଣା ଘଟିଥିଲା। ତୁରନ୍ତ ପରିବାର ଲୋକ ତାଙ୍କୁ କୋରବା ସ୍ଥିତ ସରକାରୀ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହର ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଥିଲା। ଏସବୁ ଭିତରେ ଗାଁ ଲୋକ ମିଳିତ ଭାବେ ଦିଗେଶ୍ୱରଙ୍କୁ କାମୁଡ଼ି ଥିବା ସାପକୁ ଧରିବାକୁ ସକ୍ଷମ ହୋଇଥିଲେ। ତା’କୁ ଗୋଟିଏ ବାସ୍କେଟ ଭିତରେ ରଖିଥିଲେ।

ପରବର୍ତ୍ତୀ ଅବସ୍ଥାରେ ସେମାନେ ସାପଟିକୁ ଦୌଡ଼ିରେ ବାନ୍ଧି ବାଡ଼ି ଦ୍ୱାରା ଟାଙ୍ଗି ଦେଇଥିଲେ। ଅପରାହ୍ନରେ ଯେତେବେଳେ ଦିଗେଶ୍ୱରଙ୍କ ଜୁଇ ଜଳିଥିଲା, ସେମାନେ ସେଥିରେ ସାପଟିକୁ ଜୀବନ୍ତ ଜାଳିଥିଲେ।

ଘଟଣା ସମ୍ପର୍କରେ କୋରବାର ସବ ଡିଭିଜନାଲ ଅଫିସର ଆଶିଷ ଖେଲୱାର କହିଛନ୍ତି, ସାପାକୁ ମାରିବା ଘଟଣାରେ ଗାଁ ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। କାରଣ ସେମାନେ ଆତ୍ମରକ୍ଷା ପାଇଁ ଏମିତି କରିଛନ୍ତି। ତଥାପି ଗାଁ ଲୋକଙ୍କୁ ସାପ ଓ ସାପ କାମୁଡ଼ିବା ଘଟଣାକୁ ପରିଚାଳନା କରିବା ପାଇଁ ଶିକ୍ଷିତ କରିବାର ଆବଶ୍ୟକତା ରହିଛି।

Chhattisgarh Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe