Advertisment

ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ, କହିଲେ- ସଙ୍ଘର୍ଷ କେବେ ବେକାର ହୁଏନି

ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ।

author-image
Debibandita Barick
Vinesh Phogat

Vinesh Phogat

ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ 200 ଦିନ ପୂର୍ତ୍ତି ଅବସରରେ ଯୋଗଦେଇ ଫୋଗାଟ କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଆପଣଙ୍କ ଝିଅ ଆପଣମାନଙ୍କ ସହ ରହିଛି ବୋଲି କହିଛନ୍ତି।

Advertisment

ଭିନେଶ କହିଛନ୍ତି, "ଚାଷୀମାନେ ଦୀର୍ଘ ଦିନ ଧରି ଏଠାରେ ବସି ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି। ମୁଁ ଏଠାକୁ ସେମାନଙ୍କ ଝିଅ ଭାବରେ ଆସିଛି।ଏତେ ଦିନ ଆନ୍ଦୋଳନରେ ବସିବା ସତ୍ତ୍ୱେ ସେମାନଙ୍କର ଧୈର୍ଯ୍ୟ ଏବଂ ନିଷ୍ଠା ଦେଖି ଯେମିତି ଆଜି ଆନ୍ଦୋଳନ ଆରମ୍ଭ ହୋଇଥିବା ପରି ମନେ ହେଉଛି।କିନ୍ତୁ ଦୀର୍ଘ ଦିନ ଆନ୍ଦୋଳନରେ ବସିବା ପରେ ଆତ୍ମବିଶ୍ୱାସ ଚାଲିଯାଏ। ଯେବେ ଆମେ ଆନ୍ଦୋଳନରେ ବସିଥିଲୁ ଆମକୁ ବି ଠିକ୍ ଏପରି ଲାଗିଥିଲା। କିନ୍ତୁ ସଙ୍ଘର୍ଷ କେବେ ବେକାର ଯାଏନି, ନିଶ୍ଚୟ ଫଳପ୍ରଦ ହେବ।"

ଏଥିସହ ସେ ନିଜେ ଚାଷୀ ପରିବାରରେ ଜନ୍ମ ହୋଇଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି। ଭିନେଶ କହିଛନ୍ତି, "ମୁଁ ଭାଗ୍ୟବାନ ଯେ ମୁଁ ଏକ କୃଷକ ପରିବାରରେ ଜନ୍ମ ନେଇଛି। ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ଝିଅ ଆପଣଙ୍କ ସହ ଅଛି। ଆମ ଅଧିକାର ପାଇଁ ଆମକୁ ଛିଡା ହେବାକୁ ପଡିବ, କାରଣ ଆମ ପାଇଁ ଆଉ କେହି ଆସିବେ ନାହିଁ। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ଆପଣମାନଙ୍କର ଦାବି ପୂରଣ ହେଉ ଏବଂ ଆପଣମାନେ ଅଧିକାର ନ ନେଇ ଫେରନ୍ତୁ ନାହିଁ।"

Advertisment

ଏଥିସହ ସରକାରଙ୍କୁ ମଧ୍ୟ ଚାଷୀମାନଙ୍କ ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି ଭିନେଶ। ସେ ନିରାଶ ହୋଇ କହିଛନ୍ତି, କୃଷକମାନେ ସେମାନଙ୍କର ଅଧିକାର ପାଇଁ 200 ଦିନ ହେବ ଏଠାରେ ବସିଛନ୍ତି। 200 ଦିନ ହେବ ଆନ୍ଦୋଳନରେ ବସିବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ ନ ହେବା ଅତ୍ୟନ୍ତ ଦୁଃଖଦାୟକ। ସେମାନଙ୍କ ଦାବି ପୂରଣ କରିବାକୁ ମୁଁ ସରକାରଙ୍କୁ ନିବେଦନ କରୁଛି ବୋଲି ଫୋଗାଟ କହିଛନ୍ତି।

ପ୍ରକାଶ ଥାଉକି, ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ 13ରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀକୁ ପ୍ରବେଶ ଅନୁମତି ନ ମିଳିବାରୁ ସେମାନେ ଶମ୍ଭୁ ସୀମାରେ ଆନ୍ଦୋଳନରତ ଅଛନ୍ତି। ଆଜି ଏହି ଆନ୍ଦୋଳନକୁ 200 ଦିନ ପୂରଣ ହେଉଥିବାରୁ ଚାଷୀମାନେ ଏକତ୍ରିତ ହୋଇ ବିଶାଳ ଶୋଭାଯାତ୍ରା କରିଛନ୍ତି। 

Farmers Protest Vinesh Phogat Shambu Border