Advertisment

ହରିଆଣା ସରକାରଙ୍କ ଘୋଷଣା, ଭିନେଶଙ୍କୁ ମିଳିବ ସମସ୍ତ ସୁବିଧା

ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ଭିନେଶଙ୍କୁ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଛନ୍ତି ହରିଆଣା ସରକାର।

author-image
Madhupriya Mistry
ଅଦ୍ୟତନ ହୋଇଛି
Hariyana CM and Vinesh

Hariyana CM and Vinesh

ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ୍‌ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ତେବେ ଏହାରି ଭିତରେ ତାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି। ଭିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର ଓ ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ଭିନେଶଙ୍କୁ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଛନ୍ତି ହରିଆଣା ସରକାର।

Advertisment

ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଭିନେଶଙ୍କୁ ପ୍ରଶଂସା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଆମ ହରିଆଣାର ସାହାସୀ ଝିଅ ଭିନେଶ ଫୋଗାଟ୍‌ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରିଥିଲେ ହେଲେ କିଛି କାରଣ ଯୋଗୁଁ ସେ ଏଥିରୁ ବାଦ୍‌ ପଡିଲେ। ଏସବୁ ପରେ ମଧ୍ୟ ସେ ଜଣେ ଚାମ୍ପିୟନ ଅଟନ୍ତି।

ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗାଟଙ୍କୁ ରୌପ୍ୟ ପଦକ ବିଜେତା ଭଳି ସ୍ୱାଗତ ଓ ସମ୍ମାନିତ କରାଯିବ। ଭିନେଶ ହରିୟାଣା ସରକାରଙ୍କ ଠାରୁ ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ପାଇବେ। ଆମେ ତୁମକୁ କୃତଜ୍ଞତା ଜଣାଉଛୁ। ତୁମ ପାଇଁ ଆମେ ଗର୍ବିତ ବୋଲି ହରିଆଣା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

କହିରଖୁ ଯେ, ଭିନେଶ ଫୋଗାଟ୍‌ ପ୍ୟାରିସ ଅଲିମ୍ପିକ୍ସର ୫୦ କେଜି କୁସ୍ତିର ଫାଇନାଲ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଧାର୍ଯ୍ୟ ସୀମାଠାରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବା ଯୋଗୁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା। ଏହାପରେ ସେ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।

Vinesh Phogat Hariyana CM