Advertisment

ଠିକ ଭାବେ କଥା କହି ପାରୁ ନାହାନ୍ତି କାମ୍ବଲି, ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଖବର

କାମ୍ବଲି ଏଯାଏ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ବର୍ତ୍ତମାନ ସେ ବାନ୍ଦ୍ରା ସ୍ଥିତ ଘରେ ରହି ଚିକିତ୍ସିତ ହେଉଛନ୍ତି। ଧୀରେଧୀରେ ସେ ସୁସ୍ଥ ହେଉଥିଲେ ହେଁ ଠିକ ଭାବେ କଥା କହି ପାରୁ ନଥିବା ବୀରେନ୍ଦ୍ର ସୂଚନା ଦେଇଛନ୍ତି।

Vinod Kambli

Vinod Kambli

Advertisment

କିମ୍ବଦନ୍ତୀ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଖବର ଦେଇଛନ୍ତି ତାଙ୍କ ସାନ ଭାଇ ବୀରେନ୍ଦ୍ର। ଭାରତ ପାଇଁ ୧୦୪ ଦିନିକିଆ ଓ ୧୭ଟି ଟେଷ୍ଟ ଖେଳିଥିବା କାମ୍ବଲି ଏବେ ଏକାଧିକ ରୋଗ ସହ ସଂଘର୍ଷ କରୁଛନ୍ତି। ୨୦୨୪ ଡିସେମ୍ବର ୨୧ରେ ମୃତାଶୟ ସଂକ୍ରମଣ ଯୋଗୁ ଆକୃତି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହାପରେ ସେ ଘରକୁ ଯାଇଥିଲେ।

Advertisment

ଏବେ କାମ୍ବଲିଙ୍କ ସାନ ଭାଇ ବୀରେନ୍ଦ୍ର କହିଛନ୍ତି ଯେ ସେ ଏଯାଏ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ବର୍ତ୍ତମାନ ସେ ବାନ୍ଦ୍ରା ସ୍ଥିତ ଘରେ ରହି ଚିକିତ୍ସିତ ହେଉଛନ୍ତି। ଧୀରେଧୀରେ ସେ ସୁସ୍ଥ ହେଉଥିଲେ ହେଁ ଠିକ ଭାବେ କଥା କହି ପାରୁ ନଥିବା ବୀରେନ୍ଦ୍ର ସୂଚନା ଦେଇଛନ୍ତି।

ବୀରେନ୍ଦ୍ର କହିଛନ୍ତି, “ସେ (ବିନୋଦ କାମ୍ବଲି) ଏବେ ଘରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିନ୍ତୁ ଚିକିତ୍ସା ଚାଲିଛି। କଥା କହିବାରେ ସେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୁସ୍ଥ ହେବାକୁ ସମୟ ଲାଗିବ। କିନ୍ତୁ ସେ ଜଣେ ଚାମ୍ପିୟନ ଓ ସେ କମବ୍ୟାକ କରିବେ। ଆମର ଆଶା ସେ ଚାଲିବେ ଓ ଦୌଡ଼ିବେ। ମୋର ତାଙ୍କ ଉପରେ ବହୁତ ବିଶ୍ୱାସ ରହିଛି। ଆମେ ତାଙ୍କୁ ପୁଣି ପଡ଼ିଆରେ ଦେଖିବା ବୋଲି ଆଶା କରିପାରିବା।”

Advertisment

ବୀରେନ୍ଦ୍ର ସମସ୍ତ ଦେଶବାସୀଙ୍କୁ କାମ୍ବଲିଙ୍କ ସୁସ୍ଥ କାମନା କରି ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି, “୧୦ ଦିନ ଧରି ତାଙ୍କର ରିହ୍ୟାବ ହୋଇଥିଲା। ପୂରା ଶରୀରର ଯାଞ୍ଚ କରାଯିବା ସହ ମସ୍ତିଷ୍କ ସ୍କାନ କରାଯାଇଥିଲା। ଏହାର ରେଜଲ୍ଟ ଭଲ ରହିଛି। କୌଣସି ସମସ୍ୟା ନାହିଁ। କିନ୍ତୁ ସେ ଚାଲି ପାରୁ ନଥିବାରୁ ଫିଜିଓଥେରାପୀ ଚାଲିଛି। କଥା କହିବା ବେଳେ ସେ ଖନି ମାରି ଯାଉଛନ୍ତି। କିନ୍ତୁ ଏଥିରେ ସୁଧାର ଆସୁଛି। ଏବେ ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କୁ ଭଲ ପାଇବା ଓ ସମର୍ଥନ ଆବଶ୍ୟକ।”

ସ୍ୱାସ୍ଥ୍ୟଗତ ସମସ୍ୟା ବ୍ୟତୀତ କାମ୍ବଲି ‌ଆର୍ଥିକ ସଙ୍କଟର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ବନୋଦ କାମ୍ବଲିଙ୍କ ପତ୍ନୀ ଏଣ୍ଡ୍ରିୟା ବଡ଼ ବୟାନ ଦେଇଥିଲେ। ୨୦୨୩ରେ କାମ୍ବଲିଙ୍କ ଆଚରଣ ଓ ବ୍ୟବହାର ଦେଖି ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ କାମ୍ବଲିଙ୍କ ଅସହାୟତା ଦେଖି ସେ ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ।

ଏଣ୍ଡ୍ରିୟା ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ ଯେ କାମ୍ବଲିଙ୍କୁ ଛାଡ଼ିବା ପାଇଁ ସେ ପୂରା ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ କାମ୍ବଲିଙ୍କ ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥାକୁ ତାଙ୍କୁ ସବୁବେଳେ ଚିନ୍ତିତ କରୁଥିଲା। ଏଣ୍ଡ୍ରିୟା କହିଥିଲେ, “ଯଦି ମୁଁ ତାଙ୍କୁ ଛାଡ଼ି ଦେବି, ତା’ହେଲେ ସେ ପୂରା ଅସହାୟ ହୋଇଯିବେ। ସେ ଏବେ ଗୋଟିଏ ଛୋଟ ପିଲା ଭଳି ଆଚରଣ କରୁଛନ୍ତି ଓ ଏହା ମୋତେ କଷ୍ଟ ଦେଉଛି। ଏହା ମୋତେ ଚିନ୍ତିତ କରୁଛି। ମୁଁ ମୋର ଗୋଟିଏ ହେଲେ ବନ୍ଧୁଙ୍କୁ ଛାଡ଼ି ନାହିଁ। କାମ୍ବଲି ତ ବନ୍ଧୁ ଠାରୁ ଅଧିକ।”

ଏକଦା ଏଣ୍ଡ୍ରିୟା ସ୍ୱାମୀ କାମ୍ବଲିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ମଦ ପିଇ ବିନୋଦ ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ବିନୋଦ ତାଙ୍କୁ ଖାଦ୍ୟ ରୋଷେଇ କରାଯାଉଥିବା ଫ୍ରାଇଂ ପ୍ୟାନ୍‌ ହ୍ୟାଣ୍ଡେଲରେ ମାଡ଼ ମାରିଛନ୍ତି। କେବଳ ସେତିକି ନୁହେଁ କ୍ରିକେଟ ବ୍ୟାଟ୍‌ରେ ମଧ୍ୟ ବିନୋଦ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଥିଲେ। ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ଅବସ୍ଥାରେ କାମ୍ବଲି ଓ ଏଣ୍ଡ୍ରିୟାଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।

Cricket Vinod Kambli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe