Vinod Kambli
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଥିଲା।
ଏଥିପାଇଁ ତାଙ୍କୁ ଥାନେ ସ୍ଥିତ ଆକୃତି ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
ସୋମବାର କାମ୍ବଲିଙ୍କ ଜଣେ ଫ୍ୟାନ ହସ୍ପିଟାଲ ବେଡରେ ଥିବା କାମ୍ବଲିଙ୍କ ଗୋଟିଏ ଭିଡିଓ ଜାରି କରିଛନ୍ତି। ଏଥିରେ କାମ୍ବଲି ହସ୍ପିଟାଲ ବେଡରେ ଶୋଇଥିବା ବେଳେ ସ୍ମୃତ ହାସ୍ୟ ଦେଇ କ୍ୟାମେରାକୁ ଥମ୍ବ୍ସଅପ କରୁଛନ୍ତି। ନିକଟରେ କାମ୍ବଲିଙ୍କ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦୌ ଭଲ ନଥିବା ଜଣାଡ଼ିଥିଲା।
ଗୋଟିଏ ସପ୍ତାହ ହେଲାଣି କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି। ସେ କେମିତି ନିଜ ଜୀନବ ଓ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି, ସେକଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ନିକଟରେ କାମ୍ବଲି ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ କିମ୍ବଦନ୍ତୀ ଦିବଂଗତ କୋଚ ରମାକାନ୍ତ ଆଚେର୍କରଙ୍କୁ ସମ୍ମାନ ଜଣା ଯାଇଥିଲା। ଆଚେର୍କର ଶିବାଜୀ ପାର୍କରେ ଏକଦା ସଚିନ ତେନ୍ଦୁଲକର ଓ କାମ୍ବଲିଙ୍କୁ ଟ୍ରେନିଂ ଦେଉଥିଲେ।
ଏହି କାର୍ଯ୍ୟକ୍ରମର ଏକାଧିକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ କାମ୍ବଲି ନିଜକୁ ନିଜେ ସମ୍ଭାଳି ପାରୁ ନଥିବା ଦେଖାବାକୁ ମିଳିଥିଲେ। ସେ ଠିକ ଭାବେ ମଧ୍ୟ କଥା କହି ପାରୁ ନଥିଲେ। ତେବେ ୫୨ ବର୍ଷୀୟ କାମ୍ବଲି ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବା ସହ ମାସେ ହେଲା ସେ ଜୀବନ ସହ ସଂଘର୍ଷ କରୁଥିବା କହିଥିଲେ।
କାମ୍ବଲିଙ୍କ କହିବା କଥା ଯେ ସେ ପରିସ୍ରା ଜନିତ ସଂକ୍ରମଣ ସହ ଲଢ଼େଇ କରୁଛନ୍ତି। କିନ୍ତୁ ତାଙ୍କ ପତ୍ନୀ ଓ ପିଲାମାନେ ପଥର ଭଳି ତାଙ୍କ ସହ ରହିଛନ୍ତି। ଏଥିପାଇଁ ସେ ନିଜ ଗୋଡ଼ରେ ଛିଡ଼ା ହୋଇପାରୁଛନ୍ତି ବୋଲି କାମ୍ବଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1734957200.jpg)