Advertisment

ବାଂଲାଦେଶର ହିଂସା ହିନ୍ଦୁଙ୍କ ପାଇଁ ଶିକ୍ଷା: ମୋହନ ଭାଗବତ

RSSର ପ୍ରତିଷ୍ଠା ଦିବସ ଅବସରରେ ଶସ୍ତ୍ର ପୂଜା କରି ଜାତୀୟ-ଅନ୍ତର୍ଜାତୀୟ ସମସ୍ୟା କଥା ଉଠାଇଲେ ମୋହନ ଭାଗବତ।

author-image
Debibandita Barick
ଅଦ୍ୟତନ ହୋଇଛି
Mohan Bhagwat

Mohan Bhagwat

ଧର୍ମ ଭାରତର ସତ୍ତ୍ବ। ଧର୍ମ ହେଉଛି ଭାରତର ଆତ୍ମା। ଏହା ହିଁ ଆମର ପ୍ରେରଣା। ବିଜୟା ଦଶମୀରେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS)ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। 

Advertisment

ଏହି ଅବସରରେ ଶସ୍ତ୍ର ପୂଜା କରିବା ସହ ସଂଘ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଅନେକ ପ୍ରସଙ୍ଗ ଉଠାଇଛନ୍ତି। ବାଂଲାଦେଶରେ ପ୍ରବାସୀ ହିନ୍ଦୁଙ୍କ ଉପରେ ଆକ୍ରମଣ, କୋଲକାତ ଅଭୟା କାଣ୍ଡ ଓ ଦେଶରେ ଦେଖାଦେଇଥିବା ହିଂସା ଉପରେ ମତ ରଖିଛନ୍ତି ମୋହନ ଭାଗବତ।

ବାଂଲାଦେଶରେ ପ୍ରବାସୀ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ମୋହନ ଭାଗବତ କହିଛନ୍ତି, "ପ୍ରଥମ ଥର ପାଇଁ ହିନ୍ଦୁମାନେ ଏକାଠି ହୋଇ ନିଜକୁ ରକ୍ଷା କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହା ସମସ୍ତ ହିନ୍ଦୁମାନଙ୍କ ପାଇଁ ଏକ ଶିକ୍ଷା। ଏଥିପାଇଁ ସମଗ୍ର ବିଶ୍ୱର ହିନ୍ଦୁଙ୍କୁ ଏକତ୍ରିତ ହେବା ଦରତାର, ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର। ଯେଉଁଠି ବି ଥିଲେ ଆମକୁ ଏକଜୁଟ ଓ ସଶକ୍ତ ହେବାକୁ ପଡ଼ିବ।" 

Advertisment

ସେହିପରି କୋଲକାତା ଅଭୟାକାଣ୍ଡକୁ ସବୁଠୁ କଳଙ୍କିତ ଓ ଲଜ୍ଜାଜନକ ଘଟଣା କହିଛନ୍ତି ମୋହନ ଭାଗବତ। ଏହି ଘଟଣାକୁ ରାଜନୀତି ଓ ଅପରାଧର ସଂଗମ କହି ତେରେଛା ନିଶାନା କରିଥିଲେ। ଏଥିସହ ଦେଶରେ ବଢୁଥିବା ହିଂସା ଘଟଣା ସମେତ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଉପରେ ମତ ରଖିଛନ୍ତି ମୋହନ ଭାଗବତ। 

ନାଗପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକୃଷ୍ଣନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରି, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ପ୍ରମୁଖ ଉପସ୍ଥିତ ଥିଲେ।

Rss RSS Chief Mohan Bhagwat RSS Foundation Day