Advertisment

ପଶ୍ଚିମବଙ୍ଗରେ ପୁଣି ହିଂସା, ବଳାତ୍କାର ପୀଡ଼ିତାଙ୍କ ମୃତଦେହକୁ ଘୋଷାଡ଼ି ନେଲା ପୁଲିସ

ଯୌନ ନିର୍ଯାତନାରେ ସମ୍ପୃକ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହେବା ସତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଦାବି କରି ବିଜେପିର ଏକ ଟିମ୍ ଆଜି ପୁଲିସ କମିଶନରଙ୍କୁ ଭେଟିଛନ୍ତି ।

ଅଦ୍ୟତନ ହୋଇଛି
Violence In Bengal's Kaliyaganj

Violence In Bengal's Kaliyaganj

Advertisment

ପଶ୍ଚିମବଙ୍ଗ କାଳିଆଗଞ୍ଜରେ ଶନିବାର ପୁଣି ଦେଖାଦେଛି ହିଂସା। ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗ ସାଙ୍ଗକୁ ପୁଲିସ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ଘୋଷାଡି ନେବା ଭିଡ଼ିଓ ଭାଇରାଲ ହେବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ତେବେ ଶୁକ୍ରବାର ବେଙ୍ଗଲର ଦିନାଜପୁରର ଜିଲ୍ଲାରେ ଏହି ବଳାତ୍କାର ଓ ହତ୍ୟା ଅପରାଧ ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ଏହାକୁ ନିୟନ୍ତ୍ରଣ କରିବା ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ଲୋକଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ମୃତଦେହକୁ ଧରି ପୁଲିସ କର୍ମଚାରୀମାନେ ଦୌଡ଼ି ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ଏହା ଘୋଷାଡ଼ି ହୋଇ ଯାଉଥିବା ଲକ୍ଷ୍ୟ କରାଯାଇଥିଲା।

ପୁଲିସ ସୂଚନା ମୁତାବକ, ଏହି ନାବାଳିକା ଘର ଉତ୍ତର ଦିନାଜପୁର ଜିଲ୍ଲାର ଗଙ୍ଗୁଆ ଗ୍ରାମରେ। ଘରୁ ଟ୍ୟୁସନକୁ ଯାଇଥିବା ବେଳେ ସେ ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ନାବାଳିକା ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ। ପରେ ସ୍ଥାନୀୟ ଲୋକେ ନାବାଳିକାଙ୍କ ମୃତଦେହ ନିକଟସ୍ଥ ଏକ ଅଞ୍ଚଳରୁ ପାଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ବଳାତ୍କାର ଓ ହତ୍ୟା ଅଭିଯୋଗ ହୋଇଥିଲା।

Advertisment

ଉତ୍ତେଜନାକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକ ଓ ପୁଲିସ ଭିତରେ ହାତାହାତି ପରିସ୍ଥିତି ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ଏହି ଅଞ୍ଚଳରେ ମୁତୟନ କରାଯାଇଥିଲା। ଏହାର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ।

ଅନ୍ୟପଟେ ପୀଡ଼ିତାଙ୍କ ମୃତଦେହକୁ ପୁଲିସ ଘୋଷାଡ଼ି ନେବାର ଦୃଶ୍ୟକୁ ସ୍ଥାନୀୟ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭ୍ୟ ଟ୍ୱିଟ୍ କରି କରିବା ସହ ନାବାଳିକା ଜଣକ ରାଜବୋଙ୍ଗସି ବର୍ଗର ବୋଲି ଦର୍ଶାଇଥିଲେ। ପୁଲିସ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରିଥିବା ସେ ସାମାଜିକ ଗଣମାଧ୍ୟମ୍ୟରେ ମତ ପ୍ରକାଶ କରିଥିଲେ। ଯାହା ଉତ୍ତେଜନାକୁ ବଢ଼ାଇଛି।

ସେପଟେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଓ ମାମଲାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ଉତ୍ତର ଦିନାଜପୁର ଏସ୍‌ପି ସନା ଆକ୍ତାର କହିଛନ୍ତି। ମୃତଦେହ ନିକଟରୁ ଏକ ବିଷ ବୋତଲ ଜବତ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତଦେହରେ କୌଣସି କ୍ଷତଚିହ୍ନ ନ ଥିବା ପୁଲିସ ସୂଚନା ଦେଇଛି।

ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ମହିଳା କମିଶନ ମାମଲାର ନିରପେକ୍ଷ ତଦନ୍ତ କରିବାକୁ ବେଙ୍ଗଲ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ପଶ୍ଚିମବଙ୍ଗ ବିଜପି ମୁଖ୍ୟ ତଥା ବାଲୁରଘାଟ ସାଂସଦ ସୁକାନ୍ତ ମଜୁମଦାର ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ମାମଲାକୁ ରାଜନୈତିକ ରଙ୍ଗ ଦେଇଛି।

West Bengal Communal Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe