Advertisment

ମଣିପୁରରେ ପୁଣି ହିଂସା, ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

କାମ ସାରି ଘରକୁ ଫେରୁଥିବା ବେଳେ ଉଗ୍ରବାଦୀମାନେ ବିହାରର ଦୁଇ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

author-image
Madhupriya Mistry
Manipur Violence

Manipur Violence

ମଣିପୁରରେ ପୁଣି ହିଂସା। ଉଗ୍ରବାଦୀମାନେ ପୁଣି ଏଠାରେ ଘଟାଇଛନ୍ତି ବର୍ବର କାଣ୍ଡ। କାମରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଣିପୁରର କାକଚିଙ୍ଗ ଜିଲ୍ଲାରେ ଏହି ଘଟଣା ଘଟିଛି। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଉଭୟ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀମାନେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି।

Advertisment

ପୁଲିସର ସୂଚନାନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ଏହି ଘଟଣା ଘଟିଛି। କାକଚିଙ୍ଗ ଜିଲ୍ଲାର କେଇରାକରେ ନିର୍ମାଣ କାର୍ଯ୍ୟ କରିବା ପରେ ଏଠାରୁ ଉଭୟ ଶ୍ରମିକ ଫେରୁଥିଲେ। କାକଚିଙ୍ଗ ପୁଲିସ କହିଛି ଯେ ଏହି ଘଟଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଛି। ମୃତକମାନେ ହେଲେ ସୁନାଲାଲ କୁମାର (୧୮) ଏବଂ ଦାଶରଥ କୁମାର (୧୭) ବୋଲି ଜଣାପଡିଛି। ଉଭୟ ବିହାରର ଯାଦବପୁର ଥାନା ଅନ୍ତର୍ଗତ ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା ବୋଲି କୁହାଯାଉଛି।

ପୁଲିସ କହିବା ମୁତାବକ, ଉଭୟ ଶ୍ରମିକ ସାଇକେଲ ଯୋଗେ ନିଜ ଭଡ଼ା ଘରକୁ ଫେରୁଥିଲେ। ଏତିକି ବେଳେ ରାସ୍ତା ଉପରେ ହିଁ ଉଗ୍ରବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଉଭୟ ଟଳି ପଡିଥିଲେ। ସେପଟେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Advertisment

କହିରଖୁ ଯେ ମଣିପୁରଗତ ୧୯ ମାସ ଧରି ହିଂସାର ନିଆଁରେ ଜଳୁଛି। ଏପର୍ଯ୍ୟନ୍ତ ଶହ ଶହ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ହଜାର ହଜାର ପରିବାରଙ୍କୁ ଘର ଛାଡି ରିଲିଫ କ୍ୟାମ୍ପରେ ରହିବାକୁ ପଡୁଛି। ତେବେ ଶାନ୍ତ ହେବା ପରିବର୍ତ୍ତେ ମଣିପୁର ଆହୁରି ହିଂସା ବଢ଼ିବାରେ ଲାଗିଛି।

Migrant Labour Death Manipur Violence