Advertisment

ମଣିପୁରରେ ଥମୁନି ହିଂସା; ପୁଣି ଫାୟାରିଂରେ ୯ ନୀରିହ ଟଳିଲେ

ମଣିପୁରରେ ହିଂସା ଥମିବା ନାଁ ଧରୁନି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମଣିପୁରରେ ଫୁଟିଛି ଗୁଳି। ଏଥିରେ ଅକାଳରେ ୯ ନିରୀହ ଟଳି ପଡ଼ିଛନ୍ତି।

Manipur Violence

Manipur Violence

Advertisment

ମଣିପୁରରେ ହିଂସା ଥମିବା ନାଁ ଧରୁନି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମଣିପୁରରେ ଫୁଟିଛି ଗୁଳି। ଏଥିରେ ଅକାଳରେ ୯ ନିରୀହ ଟଳି ପଡ଼ିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ମଣିପୁରର ମୈଥି ସମ୍ପ୍ରଦାୟବହୁଳ ଅଞ୍ଚଳର ଖମେନଲୋକ ଅଞ୍ଚଳରେ ଏହି ଅଘଟଣ ଘଟିଛି। ରାତି ପ୍ରାୟ ୧ଟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସେନାବାହୀନି ଖମେନଲୋକ ଗାଁକୁ ଘେରି ଯାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ କିଛି ଜଣଙ୍କ ଶରୀରରେ ଗୁଳି ଚିହ୍ନ ଥିବା ବେଳେ ଆଉ କିଛି ଜଣଙ୍କ ଶରୀରରେ ହଣାକଟାରେ ଚିହ୍ନ ରହିଛି। ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମଣିପୁରରେ ହିଂସା ଥମିବା ନାଁ ଧରୁ ନ ଥିବାରୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ସେନା ଓ ଅର୍ଦ୍ଧ ସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ଗସ୍ତ କରି ଶାନ୍ତ ସ୍ଥାପନ ନିମନ୍ତେ ବିଭିନ୍ନ ପଦକ୍ଷେପ ଉଠାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସୁନି।

Advertisment

ସୂଚନାଯୋଗ୍ୟ, ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ଶାନ୍ତି ଫେରିବା ଆଶା ପୁଣି ମଉଳି ଯାଇଛି। ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନାଁ ଥିବାରୁ ଏହାକୁ କୁକି ସଂପ୍ରଦାୟର ଲୋକମାନେ ବିରୋଧ କରିଛନ୍ତି। ସେହିପରି ସଂଖ୍ୟାଗରିଷ୍ଠ ମୈତୈ ସଂପ୍ରଦାୟର ଲୋକମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରକ୍ରିୟାକୁ ଅଗ୍ରାହ୍ୟ କରିଛନ୍ତି।

Manipur Violence Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe