Advertisment

ପଞ୍ଚାୟତ ନିର୍ବାଚନ: ବେଙ୍ଗଲରେ ପ୍ରବଳ ହିଂସା, କଂଗ୍ରେସ କର୍ମୀଙ୍କୁ ହତ୍ୟା, ଟିଏମସି ନେତା ଗିରଫ

ମୁର୍ଶିଦାବାଦରେ ଟିଏମସି, ସିପିଏମ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଆଜି ଡୋମକାଲରେ କଂଗ୍ରେସ ଓ ସହଯୋଗୀ ସିପିଏମର କର୍ମୀମାନେ କ୍ଷମତାସୀନ ଟିଏମସି କର୍ମୀଙ୍କୁ ଆକ୍ରମଣ କରିଛନ୍ତି।

author-image
Hemant Lenka
Bengal

Bengal

ଜୁଲାଇ ୮ ତାରିଖରେ ବେଙ୍ଗଲରେ ପଞ୍ଚାୟତ ନିର୍ବାଚନ ହେବ। ଏହାପୂର୍ବରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ନାମାଙ୍କନ ଦାଖଲ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ହିଂସା ଯୋଗୁ ଅନେକ ପ୍ରାର୍ଥୀ ନାମାଙ୍କନ ଭରି ପାରି ନାହାନ୍ତି। ସେହିପରି ବିଡିଓ ଅଫିସକୁ ଘେରାଉ ମଧ୍ୟ କରାଯାଇଛି। ଏହାକୁ ନେଇ ପୁଣିଥରେ ଅଶାନ୍ତ ହୋଇ ଉଠିଛି ପଶ୍ଚିମବଙ୍ଗ।

Advertisment

ମୁର୍ଶିଦାବାଦରେ ଟିଏମସି, ସିପିଏମ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଆଜି ଡୋମକାଲରେ କଂଗ୍ରେସ ଓ ସହଯୋଗୀ ସିପିଏମର କର୍ମୀମାନେ କ୍ଷମତାସୀନ ଟିଏମସି କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏହାର ଦିନକ ପୂର୍ବରୁ କଂଗ୍ରେସ କର୍ମୀ ଫୁଲଚାନ୍ଦ ଶେଖଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଏହାପଛରେ ଟିଏମସିର ହାତ ଥିବା କଂଗ୍ରେସ ଅଭିଯୋଗ କରିଛି। ଜୁଲାଇ ୮ ନିର୍ବାଚନ ପାଇଁ କାଲି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିଁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ରାତି ତମାମ ଛକାପଞ୍ଝା ଦେଖିବାକୁ ମିଳିଥିଲା। 

Advertisment

ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ଟିଏମସିର ସ୍ଥାନୀୟ ନେତା ବଶିର ମୋଲ୍ଲାହଙ୍କୁ ପୁଲିସ୍‌ କରିଛି। ତାଙ୍କ ପାଖରୁ ବନ୍ଧୁକ ମିଳିବା ପରେ ପୁଲିସ୍‌ ଏପରି ପଦକ୍ଷେପ ନେଇଛି।

କେବଳ ଏହି ଦୁଇ ଘଟଣା ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି। ୨୦୧୮ ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ବେଙ୍ଗଲରେ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।

West Bengal