Advertisment

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ହିଂସା: ୧୩ ଜଣଙ୍କୁ ହତ୍ୟା, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଗିଲା ରିପୋର୍ଟ

ଶନିବାର ପଶ୍ଚିମବଙ୍ଗରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ହିଂସାକାଣ୍ଡ ବେଳେ ୧୩ ଲୋଙ୍କୁ ହତ୍ୟାର ଶିକାର ହୋଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Violence in West Bengal panchayat polls

Violence in West Bengal panchayat polls

ଶନିବାର ପଶ୍ଚିମବଙ୍ଗରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ହିଂସାକାଣ୍ଡରେ ବିଭିନ୍ନ ଦଳର ୧୩ କର୍ମୀ ହତ୍ୟାର ଶିକାର ହୋଇଛନ୍ତି। ଏହି ନିର୍ବାଚନୀ ହିଂସା ନେଇ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଠାରୁ ଫୋନ୍‌ ଯୋଗେ ପଚାରି ବୁଝିଛନ୍ତି ବିଜେପି ଅଧ୍ୟକ୍ଷ ତଥା ମନ୍ତ୍ରୀ ଜେପି ନଡ୍ଡା। ସେପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

Advertisment

ହତ୍ୟାର ଶିକାର ବ୍ୟକ୍ତିଙ୍କ ଭିତରେ ୮ ଜଣ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀ ଥିବା ବେଳେ ୩ ଜଣ ସିପିଆଇଏମ୍‌ର କର୍ମୀ, ଜଣେ ଲେଖାଏଁ ବିଜେପି ଏବଂ କଂଗ୍ରେସ କର୍ମୀ ରହିଛନ୍ତି।

୩ ଟିଏମ୍‌ସି କର୍ମୀ ଓ ଜଣେ କଂଗ୍ରେସ କର୍ମୀଙ୍କ ହତ୍ୟା ମୁର୍ସୀଦାବାଦ୍‌ରେ ହୋଇଥିବା ବେଳେ କୋଚ ବିହାର ଅଞ୍ଚଳରେ ଜଣେ ଲେଖାଏଁ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ହତ୍ୟାକାଣ୍ଡ ଘଟିଛି। ଦୁଇଜଣ ସିପିଆଇ କର୍ମୀ ଓ ଜଣେ ଟିଏମ୍‌ସି କର୍ମୀଙ୍କ ହତ୍ୟା ପୂର୍ବ ବୃୱାନ୍ ଅଞ୍ଚଳରେ ହୋଇଛି। ସେହିପରି ମାଲଦାରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଓ ଚବିଶପ୍ରଗଣା ଅଞ୍ଚଳରେ ଅନ୍ୟଜଣେ ଟିଏମ୍‌ସି କର୍ମୀଙ୍କ ହତ୍ୟାକାଣ୍ଡ ଘଟିଛି।

Advertisment

ପଶ୍ଚିମବଙ୍ଗରେ ସକାଳ ପ୍ରାୟ ୭ଟାରେ କଡ଼ା ସୁରକ୍ଷା ଭିତରେ ମତଦାନ ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରାୟ ୫.୬୭ କୋଟି ଭୋଟର ଏହି ମତଦାନରେ ସାମିଲ ହେବାକୁ ଯୋଗ୍ୟ ହୋଇଥିଲେ। ତେବେ ବିଭିନ୍ନ ସ୍ଥାନରେ ବୁଥ୍‌ ଭିତରେ ମାରପିଟ୍, ଭୋଟବାକ୍ସ ଲୁଟ୍, ଉଭୟ ଗୋଷ୍ଠୀ ଭିତରେ ହିଂସାକାଣ୍ଡ ନଜର ଆସିଛି। ଯାହାକୁ ନେଇ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଶୃଙ୍ଖଳା ରକ୍ଷା କରିବାରେ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ସ୍ଥିତି ଅଣାୟତ ଆଡକୁ ଚାଲିଯାଇଛି। ଯାହା ଉଦ୍‌ବେଗର ବିଷୟ ହୋଇଛି।

West Bengal West Bengal Politics