/odisha-reporter/media/post_attachments/uploadimage/library/16_9/16_9_0/Clash__1684036933.jpg)
Clash
ମହାରାଷ୍ଟ୍ରର ଅକୋଲାରେ ବିବାଦୀୟ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଲିସ୍ କର୍ମଚାରୀଙ୍କୁ ମିଶାଇ ୩ ଜଣ ଆହତ ହୋଇଛନ୍ତି।
ଗୋଷ୍ଠୀ ସଂଘର୍ଷ ପରେ ପୁଲିସ୍ ବାଧ୍ୟ ହୋଇ ଅକୋଲାରେ ୧୪୪ ଧାରା ଲାଗୁ କରିଛି। ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି। ସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ପୁଲିସ୍ ଫୋର୍ସ ବି ମୁତୟନ କରାଯାଇଛି। ଅକୋଲାର ପୁରୁଣା ସିଟି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଏପରି ଗୋଷ୍ଠୀ ସଂଘର୍ଷ ହୋଇଛି।
ଜଣେ ଧାର୍ମିକ ନେତାଙ୍କ ବିରୋଧରେ ବିବାଦୀୟ କଥା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ଏହା ବିରୋଧରେ ପ୍ରଥମେ ଗୋଟିଏ ଗୋଷ୍ଠୀର ଲୋକ ଶନିବାର ବିଳମ୍ବିତ ରାତିରେ ପୁଲିସ୍ ଷ୍ଟେସନରେ ପହଞ୍ଚିଥିଲେ।
ପୁଲିସ୍ ସେମାନଙ୍କ ଅଭିଯୋଗ ଅନୁସାରେ ମାମଲା ପଞ୍ଜୀକରଣ କରୁଥିବା ବେଳେ ହଠାତ ସେମାନେ ବିଭିନ୍ନ ପ୍ରକାରର ନାରା ଦେଇ ସେଠାରେ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଭାଙ୍ଗିବା ସହ ପଥର ମାଡ଼ କରିଥିଲେ। ଏଥିସହ କିଛି କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ପ୍ରତିହତ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା।
Maharashtra | A violent clash erupted between two groups over a minor dispute in the Old City police station area of Akola on Saturday
"Violent clash erupted between two groups over a minor dispute. Some Vehicles have been damaged by the violent mob. The situation is now under… pic.twitter.com/1UXEkEEAjZ
— ANI (@ANI) May 14, 2023
ତେବେ ହଠାତ୍ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିବାକୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା। ଏହାକୁ ନେଇ ଗଙ୍ଗାଧର ଚୌକ, ପଥଲା ଚୌକ ଓ ହରିହର ପେଠରେ ଦୁଇ ଗୋଷ୍ଠୀର ଲୋକମାନେ ମୁହାଁମୁହିଁ ହୋଇଛନ୍ତି।
ସଂଘର୍ଷ ଯୋଗୁ ଗୋଟିଏ ପୁଲିସ୍ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। କିଛି ପୁଲିସ୍ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। ସଂଘର୍ଷ ଭୟଙ୍କର ରୂପ ନେଉଥିବାରୁ ପୁଲିସ୍ ବାଧ୍ୟ ହୋଇ ଲୁହବୁହା ଗ୍ୟାସ ମାଡ଼ କରିଥିଲା।
ଏହି ଘଟଣାରେ ପୁଲିସ୍ ଦୁଇଟି ମାମଲା ରୁଜୁ କରିଛି। ରାମଦାସପେଠ ପୁଲିସ ଷ୍ଟେସନରେ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମାମଲା ହୋଇଥିବା ବେଳେ ପୁରୁଣା ସିଟି ପୁଲିସ୍ ଷ୍ଟେସନରେ ସଂଘର୍ଷକୁ ନେଇ ମାମଲା ହୋଇଛି।
ଅକୋଲା ଏସ୍ପି ସନ୍ଦୀପ ଘୁଗେ କହିଛନ୍ତି, “ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ହେବାକୁ ତୁରନ୍ତ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ସଂଘର୍ଷରେ ସାମିଲ ଥିବା କିଛି ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଆମେ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ଅନୁରୋଧ କରୁଛୁ।”
ସ୍ଥିତିକୁ ଦେଖି ଅକୋଲା ଜିଲ୍ଲା, ୱାଶିମ,ବୁଲଧାନା ଓ ଅମରାବତୀର ଗ୍ରାମାଞ୍ଚଳରୁ ଅତିରିକ୍ତ ପୁଲିସ୍ କର୍ମଚାରୀଙ୍କୁ ଅଣାଯାଇଛି। ପୁଲିସ୍ ହିଂସାରେ ସାମିଲ ଥିବା ୧୫ ଜଣଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
