Advertisment

ଟ୍ରେନ୍‌ରେ ଲାଗିଲା ନିଆଁ, ଜଳିଗଲା ୩ AC ବଗି

ବିଶାଖାପଟନମ୍‌ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା କୋରବା-ବିଶାଖା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି।

ଅଦ୍ୟତନ ହୋଇଛି
Train Fire

Train Fire

Advertisment

ଫ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ଜଳି ଉଠିଲା ଟ୍ରେନ୍‌। ଫଳରେ ଟ୍ରେନ୍‌ର ତିନୋଟି ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଶାଖାପଟନମ୍‌ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।

Advertisment

ବିଶାଖାପଟନମ୍‌ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା କୋରବା-ବିଶାଖା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ତିନୋଟି ଏସି କୋଚରେ ନିଆଁ ଲାଗିଛି। ଫଳରେ B-6, B-7 ଏବଂ M-1 ବଗିଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇଛି। ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ମୁତାବକ, ଆଜି ସକାଳୁ କୋରବା ଏକ୍ସପ୍ରେସ ଟ୍ରେନ୍ କୋରବା ଠାରୁ ବିଶାଖାପଟନମରେ ଆସି ପହଞ୍ଚିଲାଥିଲା। ଏହା ୪ ନମ୍ବର ପ୍ଲାଟଫର୍ମରେ ଅଟକିଥିଲା। ତିରୁପତି ଅଭିମୁଖେ ଯାତ୍ରା କରିବାର ଥିଲା। ଏତିକି ବେଳେ ହଠାତ୍‌ ବି-୭ କୋଚ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ଏହା ଅନ୍ୟ ଦୁଇ ବଗିକୁ ବ୍ୟାପି ଯାଇଥିଲା। ଏହାକୁ ଦେଖି ଯାତ୍ରୀ ଭୟଭୀତ ହୋଇ ପଡିଥିଲେ। ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା।

Advertisment

ତେବେ ଏଥିରେ କେହି ମୃତାହତ ହୋଇନଥିବା ରେଲଓ୍ୱେ ଅଧିକାରୀମାନେ ସୂଚନା ଦେଇଛନ୍ତି। ଟ୍ରେନ୍‌ରେ କେଉଁ କାରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। 

Train Fire Korba Expressway Fire Visakhapatnam Railway Station
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe