Advertisment

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ

ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି।

author-image
Hemant Lenka
Jagan Mohan Reddy

Jagan Mohan Reddy

ବଦଳିବ ଆନ୍ଧ୍ର ପ୍ରଦେଶର ରାଜଧାନୀ। ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଚଳିତ ବର୍ଷ ମେ’ ମାସରେ ବିଶାଖାପଟନମରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀକୁ ସେ ସମସ୍ତ ଶିଳ୍ପପତି ଆସନ୍ତୁ ବୋଲି ସେ କହିଛନ୍ତି। 

Advertisment

ଜଗନ କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଏଠାରେ ବିଶାଖାପଟନମକୁ ନିମନ୍ତ୍ରଣ କରୁଛି। କାରଣ ବିଶାଖାପଟନମ ଆମର ରାଜଧାନୀ ହେବାକୁ ଯାଉଛି। ଆଗାମୀ ଦିନରେ ମୁଁ ମଧ୍ୟ ବିଶାଖାପଟନମକୁ ଚାଲି ଆସିବି। ଆଗାମୀ କିଛି ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ।”

ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ସମ୍ପର୍କରେ ଶୁଣାଣି କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଅମରାବତୀକୁ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ଆନ୍ଧ୍ର ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Advertisment

୩ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦରେ ଥିବା ଜଗନ ମୋହନ ରେଡ୍ଡୀ ପ୍ରଥମଥର ପାଇଁ ଆନ୍ଧ୍ରର ରାଜଧାନୀ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସହରର ନାଁ କହିଛନ୍ତି। ଅବଶ୍ୟ ୩ ବର୍ଷ ତଳେ ସେ ରାଜ୍ୟର ୩ଟି ରାଜଧାନୀ ରହିବ ବୋଲି ପ୍ରସ୍ତାବ ଦେଇଥିଲେ। ୩ ବର୍ଷ ମଧ୍ୟରେ ସରକାର ୨ ଥର ରାଜ୍ୟ ରାଜଧାନୀକୁ ବିଶାଖାପଟନମକୁ ସ୍ଥାନାନ୍ତର କରିବାକୁ ପ୍ରୟାସ କରିଛନ୍ତି। ହେଲେ କୋର୍ଟରେ କେସ୍‌ ଚାଲିଥିବାରୁ ଏହା ସମ୍ଭବ ହୋଇପାରିନି।

Andhra Pradesh Andhra Cm