Advertisment

ମଝି ଆକାଶରେ ମହିଳାଙ୍କ ହଙ୍ଗାମା, କପଡ଼ା ଖୋଲି କ୍ୟାବିନ୍‌ କ୍ରୁଙ୍କୁ ମାର୍‌ପିଟ୍‌

ମହିଳା ଯାତ୍ରୀ ଜଣକ ବିମାନ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରିବା ସହ କ୍ୟାବିନ୍‌ କ୍ରୁଙ୍କୁ ମାରପିଟ୍‌ କରିଥିଲେ। ଖାଲି ସେତିକି ନୁହେଁ ନିଜ ଡ୍ରେସ ଓହ୍ଲାଇ ବିମାନ ଭିତରେ ବୁଲିବାକୁ ଲାଗିଥିଲେ।

author-image
Madhupriya Mistry
Vistara Flight

Vistara Flight

ଥମୁନି ବିମାନ ଭିତରେ ହଙ୍ଗାମା ଘଟଣା। କେତେବେଳେ ବିମାନ ଭିତରେ କିଏ ପରିସ୍ରା କରୁଛି ତ ଆଉ କିଏ ଏୟାର୍‌ ହଷ୍ଟେସ୍‌ ଓ କ୍ୟାବିନ୍‌ କ୍ରୁ ମେମ୍ୱରଙ୍କ ସହ ମାରପିଟ୍‌ କରୁଛନ୍ତି। ଏବେ ପୁଣି ଆଉ ଏକ ବିମାନରେ ଏଭଳି ସମାନ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଆବୁଧାବିରୁ ମୁମ୍ବାଇ ଯାଉଥିବା ବିସ୍ତାରା ବିମାନରେ ଉପୁଜି ଗଣ୍ଡଗୋଳ। ମଝି ଆକାଶରେ ହଙ୍ଗାମା କରିଛନ୍ତି ଜଣେ ମହିଳା ଯାତ୍ରୀ। ଏହି ଘଟଣାରେ ଜଣେ ଇଟାଲୀୟ ମହିଳାଙ୍କୁ ପୁଲିସ ଗିରଫ କରିଛି।

Advertisment

ସୂଚନା ମୁତାବକ, ସୋମବାର ଇଟାଲିର ପାଓଲା ପେରୁସିଓ ନାମକ ଜଣେ ମହିଳା ଇକୋନୋମିକ୍‌ ଶ୍ରେଣୀର ଟିକେଟ୍‌ ଦେଖାଇ ବିଜିନେସ୍‌ ଶ୍ରେଣୀରେ ବସିବାକୁ କ୍ୟାବିନ୍‌ କ୍ରୁଙ୍କ ସହ ଜିଦ୍‌ କରିଥିଲେ। କିନ୍ତୁ କ୍ୟାବିନ୍‌ କ୍ରୁ ଏଥିରେ ରାଜି ହୋଇନଥିଲେ ଆଉ ତାଙ୍କୁ ମନା କରିଥିଲେ। ବାସ୍‌ ଏତିକିରେ ସେ ଉଗ୍ର ରୂପ ଧାରଣ କରିଥିଲେ। ମହିଳା ଯାତ୍ରୀ ଜଣକ ବିମାନ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରିବା ସହ କ୍ୟାବିନ୍‌ କ୍ରୁଙ୍କୁ ମାରପିଟ୍‌ କରିଥିଲେ। ଖାଲି ସେତିକି ନୁହେଁ ନିଜ ଡ୍ରେସ ଓହ୍ଲାଇ ବିମାନ ଭିତରେ ବୁଲିବାକୁ ଲାଗିଥିଲେ ଏହି ଇଟାଲୀୟ ମହିଳା ଯାତ୍ରୀ ଜଣକ। ପରେ ବିମାନ ଲ୍ୟାଣ୍ଡ କରିବା ଯାଏଁ ଉକ୍ତ ମହିଳାଙ୍କୁ କ୍ୟାବିନ୍‌ କ୍ରୁ ସଦସ୍ୟ କାବୁ କରି ଏକ ସିଟ୍‌ରେ ବାନ୍ଧି ରଖିଥିଲେ।

ମୁମ୍ବାଇ ବିମାନ ବନ୍ଦରରେ ବିସ୍ତାରାର ଏହି ବିମାନ ଲ୍ୟାଣ୍ଡ କରବା ପରେ ପୁଲିସ ଏହି ୪୫ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ଗିରଫ ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଜାମିନ୍‌ ମଧ୍ୟ ମିଳିଯାଇଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ମହିଳାଙ୍କୁ ୨୫ ହଜାର ଟଙ୍କା ମୁଚଳିକାରେ ଜାମିନ ପ୍ରଦାନ କରାଯାଇଛି।

Advertisment

ଏ ନେଇ ବିସ୍ତାରାର ମୁଖପାତ୍ର କହିଛନ୍ତି ଯେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍‌ (ଏସ୍‌ଓପି) ଏହି ଘଟଣା ସଂପର୍କରେ ଅଧିକାରୀଙ୍କୁ ଅବଗତ କରାଯାଇଛି। ବେନିୟମ ଆଚ୍ଚରଣକୁ ନେଇ ବିସ୍ତାରା ଶୂନ୍ୟ ସହନଶୀଳନା ନୀତି ଆପଣାଉଛି। ଗ୍ରାହକ ଓ କର୍ମଚାରୀଙ୍କ ନିରାପତ୍ତା, ସୁରକ୍ଷା ଓ ସମ୍ମାନକୁ ପ୍ରାଥମିକତା ଦିଆଯାଉଛି।

Misbehave In Flight