Advertisment

ଭିସ୍ତାରାର ପାଇଲଟ୍ ଅଭାବ, ୩୮ଟି ବିମାନ ବାତିଲ

ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁ ଉଡ଼ାଣ ଭରିବାକୁ ଥିବା ୩୮ଟି ବିମାନ ଚଳାଚଳ କ୍ୟାନ୍ସଲ।

Vistara

Vistara

Advertisment

୩୮ଟି ବିମାନ ଚଳାଚଳ ବାତିଲ କଲା ଭିସ୍ତାରା। ପାଇଲଟଙ୍କ ସଂଖ୍ୟା କମ୍ ଥିବାରୁ ବିମାନ ଚଳାଚଳ ସଂଖ୍ୟା ହ୍ରାସ କରିଛି କମ୍ପାମୀ। କମ୍ପାନୀ କହିଛି ଯେ, ଯେପର୍ଯ୍ୟନ୍ତ ପାଇଲଟଙ୍କ ସଂଖ୍ୟା ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ କେବଳ ସୀମିତ ବିମାନ ଚଳାଚଳ କରିବ। ଭିସ୍ତାରାର ଏହି ନିଷ୍ପତ୍ତି ପରେ ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁ ଉଡ଼ାଣ ଭରିବାକୁ ଥିବା ୩୮ଟି ବିମାନ ଚଳାଚଳ କ୍ୟାନ୍ସଲ କରି ଦିଆଯାଇଛି।

Advertisment

ରିପୋର୍ଟ ମୁତାବକ, ବାତିଲ ହୋଇଥିବା ବିମାନ ମଧ୍ୟରେ ମୁମ୍ବାଇରୁ ୧୫ଟି, ଦିଲ୍ଲୀରୁ ୧୨ ଏବଂ ବେଙ୍ଗାଲୁରୁରୁ ୧୧ଟି ରହିଛି।

ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି। ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ।

Advertisment

ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି। ଖୁବ୍ ଶୀଘ୍ର କ୍ରୁ ମେମ୍ବର ନିଯୁକ୍ତ କରାଯିବ। ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ରିଫଣ୍ଡ ହୋଇଯିବ ବୋଲି ଭିସ୍ତାରା ମୁଖପାତ୍ର କହିଛନ୍ତି।

ପ୍ରକାଶ ଥାଉ କି, ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ନେଇ ଭିସ୍ତାରା ଯାତ୍ରୀମାନେ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ କିଛି ଦିନ ମଧ୍ୟରେ ବିମାନ ୫ ଘଣ୍ଟାରୁ ଅଧିକ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ। ବିମାନ ବାତିଲ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯାଇନଥିବା ଅଭିଯୋଗ କରିଛନ୍ତି।  

Vistara Airlines Vistara Vistara Flight Cancel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe