Advertisment

ଆରମ୍ଭ ହେଲା ଭୋଟ୍ ଗଣତି, ଫଳାଫଳ ଉପରେ ଦେଶବାସୀଙ୍କ ନଜର

ପ୍ରଥମେ ବାଲାଟ୍ ପେପର୍ ଗଣତି ଆରମ୍ଭ ହୋଇଛି। କିଛି ସମୟରେ ଇଭିଏମ୍ ଖୋଲା ଯାଇଛି।

Vote Counting

Vote Counting

Advertisment

ଆରମ୍ଭ ହେଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଭୋଟ୍ ଗଣତି। ପ୍ରଥମେ ବାଲାଟ୍ ପେପର୍ ଗଣତି ଆରମ୍ଭ ହୋଇଛି। କିଛି ସମୟରେ ଇଭିଏମ୍ ଖୋଲା ଯାଇଛି।

Advertisment

ଦୁଇ ରାଜ୍ୟରେ କିଏ ଗଢିବ ସରକାର ? ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ? ଜାମ୍ମୁ କାଶ୍ମୀରବାସୀଙ୍କ ଜନାଦେଶର କଣ ରହିବ ଫଳାଫଳ।

ଗତ ଲୋକସଭା ନିର୍ବାଚନ ପରେ ଏହା ଦେଶର ପ୍ରଥମ ବିଧାନସଭା ଫାଇଟ୍। ସେ ଦୃଷ୍ଟିରୁ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାଜନୈତି ଦଳଙ୍କ ଗୁରୁତ୍ୱ ବଢ଼ିଛି। ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ନିର୍ବାଚନ ହୋଇଥିଲା ।

Advertisment

ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ବେଳେ ଜାମ୍ମୁ-କାଶ୍ମୀରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ।

ମାଟିଜ ସଂସ୍ଥାର ଆକଳନ ଅନୁସାରେ ହରିୟାଣାରେ ମିଳିପାରେ ବିଜେପି-୧୮-୨୪। ସେହିଭଳି କଂଗ୍ରେସ-୫୫-୬୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୦୨-୦୫ ଆସନ ମିଳିବା ସମ୍ଭାବନା ରହିଛି।

DHRUV ସଂସ୍ଥାର ପୂର୍ବାନୁମାନ କହୁଛି ହରିୟାଣାରେ ବିଜେପି ୨୨-୩୨ ଆସନ ଜିତିପାରେ। କଂଗ୍ରେସକୁ ୫୦-୬୨ ଆସନ ମିଳିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ୨-୮ଟି ଆସନ ପାଇବେ।

PEOPLES PULSE ଆକଳନ କହୁଛି, ବିଜେପି -୨୦-୩୨ଟି ସିଟରେ ଜିତିପାରେ। କଂଗ୍ରେସ-୪୯-୬୧ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୦୩-୦୫ ଟି ଆସନ ମିଳିପାରେ।

Bhaskar Reporters Pollର ତଥ୍ୟ କହିଛି, ବିଜେପି ଏଠୁ ୧୯-୨୯ଟି ଆସନ ଜିତିପାରେ। କଂଗ୍ରେସ-୪୪-୫୪ ଆସନ ଜିତି ସରକାର ଗଢ଼ିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ସପରକ୍ଷରେ ସର୍ବାଧିକ 0-6 ଟି ଆସନ ମିଳିପାରେ।

Jammu Kashmir Election Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe