Advertisment

ପ୍ରାର୍ଥୀଙ୍କ ସରଳତାକୁ ଝୁରିଲେ ଭୋଟର, ମୃତ୍ୟୁ ପରେ ବି ଜିତାଇଦେଲେ

ତାଙ୍କ ହସହସ ମୁହଁ ତଥା ସରଳତାରେ ସେ ଲୋକଙ୍କ ହୃଦୟ ଜିତି ପାରୁଥିଲେ। ଦିନେ ଆସିୟା ହାତ ଯୋଡ଼ି ଲୋକଙ୍କୁ ଭୋଟ ମାଗୁଥିବା ବେଳେ ଭୋଟର ମଧ୍ୟ ତାଙ୍କୁ ଜିତାଇବାକୁ ପ୍ରତିଶ୍ରୁତି ଦେଉଥିଲେ।

Ashiya Bi

Ashiya Bi

Advertisment

ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଭୋଟରମାନେ ହିଁ ପ୍ରାର୍ଥୀଙ୍କ ଏକମାତ୍ର ଭରସା। ତେଣୁ କିଏ ଲୋକ ବଳ ତ କିଏ ଟଙ୍କା ବଳ ଦେଖାଇ ଏହି ବୈତରଣୀ ପାର ହେବାକୁ ଚେଷ୍ଟା କରେ। ଭୋଟରଙ୍କୁ ପ୍ରଲୋଭିତ କରିବାକୁ କୌଣସି ବି ମଉକା ହାତଛଡ଼ା କରନ୍ତି ନାହିଁ ପ୍ରାର୍ଥୀ। ମାତ୍ର ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଜଣେ ମହିଳା ନିଜ ସରଳତାରେ ଭୋଟରଙ୍କ ହୃଦୟ ଜିତିଗଲେ। ଏପରିକି ଭୋଟ ପୂର୍ବରୁ ପ୍ରାର୍ଥୀଜଣଙ୍କ ଆଖି ବୁଜି ସାରିଥିଲେ ବି ଭୋଟରମାନେ ଆପେ ଆପେ ତାଙ୍କୁ ଭୋଟ ଦେଇ ଚାଲିଲେ। ଆଉ ଯାହା ଫଳାଫଳ ଆସିଲା ତାହା ସମସ୍ତଙ୍କୁ ଚକିତ କଲା। ଏପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି।

Advertisment

କିଛି ଦିନ ପୂର୍ବେ ଉତ୍ତରପ୍ରଦେଶ ନଗର ପାଳିକା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ହସନପୁର ମ୍ୟୁନିସିପାଲଟିର ୱାର୍ଡ ମେମ୍ବର ଆସନ ପାଇଁ ଆସିୟା ବିବି ନାମ୍ନୀ ୨୫ ବର୍ଷୀୟା ମହିଳା ଗତ ଏପ୍ରିଲ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆସିୟା ବିବି ଫୁସଫୁସଜନିତ ସମସ୍ୟାରେ ପୀଡ଼ିତ ଥିବା ସତ୍ତ୍ୱେ ନିଜ ଜୀବନରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିଲେ।

ଏହାପରେ ସେ ନିଜ ପାଇଁ ନିର୍ବାଚନୀ ପ୍ରଚାର କରିବା ସହ ଘର ଘର ବୁଲି ଲୋକଙ୍କୁ ଭୋଟ ବି ମାଗିଥିଲେ। ତାଙ୍କ ହସହସ ମୁହଁ ତଥା ସରଳତାରେ ସେ ଲୋକଙ୍କ ହୃଦୟ ଜିତି ପାରୁଥିଲେ। ଦିନେ ଆସିୟା ହାତ ଯୋଡ଼ି ଲୋକଙ୍କୁ ଭୋଟ ମାଗୁଥିବା ବେଳେ ଭୋଟର ମଧ୍ୟ ତାଙ୍କୁ ଜିତାଇବାକୁ ପ୍ରତିଶ୍ରୁତି ଦେଉଥିଲେ।

Advertisment

ଏହାପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୨୦ ତାରିଖରେ ଆସିୟା ବିବି ଆଖି ବୁଜିଥିଲେ। ମାତ୍ର ଆସିୟା ନିଜ ନିଷ୍କପଟ କଥାରେ ଭୋଟରଙ୍କୁ କିଣି ସାରିଥିବା ବେଳେ ଭୋଟର ବି ତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭଲ ଭାବେ ମନେ ରଖିଥିଲେ। ଆଉ ଶେଷ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଗତ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆସିୟାଙ୍କୁ ହିଁ ଭୋଟ ଦେଇଥିଲେ।

ଏହାର ଫଳାଫଳ ଆସିବା ପରେ ଆସିୟା ଜିତିଥିବା ଜାଣି ସମସ୍ତଙ୍କ ଆଖିରୁ ଖୁସିର ଲୁହ ଝରି ପଡ଼ିଛି। ମାତ୍ର ଆସିୟା ଆଉ ଏ ଦୁନିଆରେ ନ ଥିବାରୁ ବାସ୍ତବତାକୁ ଗ୍ରହଣ କରି ପୁଣି ଥରେ ଭୋଟ ଗ୍ରହଣ ପ୍ରକ୍ରିୟା କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ଆସିୟା ବିବି ପୂର୍ବରୁ କେବେବି କୌଣସି ନିର୍ବାଚନରେ ଛିଡ଼ା ହୋଇ ନ ଥିଲେ। ହେଲେ ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ଥିବାରୁ ସେ ଚଳିତ ନିର୍ବାଚନରେ ଛିଡ଼ା ହୋଇଥିବା କହିଛନ୍ତି ତାଙ୍କ ସ୍ୱାମୀ ।

Uttar Pradesh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe