Jammu Kashmir Election
ଆଜି ଜମ୍ମୁ ଏବଂ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ। ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ କଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି।
ଏହି ପର୍ଯ୍ୟାୟରେ ମଇଦାନରେ ୨୩୯ ପ୍ରାର୍ଥୀ ଥିବାବେଳେ ୨୫ ଲକ୍ଷ ୭୮ ହଜାର ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ। ୨୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର୍ ଅବଦୁଲ୍ଲା, ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ରାଇନା ଏବଂ ଅପନି ପାର୍ଟି ମୁଖ୍ୟ ଅଲତଫ୍ ବୁଖାରୀ, ଜମ୍ମୁ କଶ୍ମୀର ପିସିସି ମୁଖ୍ୟ ତାରିଖ୍ ହମ୍ମିଦ କର ପ୍ରମୁଖ ରହିଛନ୍ତି।
ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ପାଇଁ ସବୁ ବୁଥ୍ରେ ଓ୍ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୨୬ଟି ପିଙ୍କ୍ ବୁଥ୍କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ।
#WATCH | J&K: People queue up at a polling station in Rajouri Assembly constituency to vote in the second phase of the Assembly elections today.
BJP has fielded Vibodh Gupta while Congress has fielded Iftkar Ahmed.
(Visuals from Boys Higher Secondary School, Rajouri) pic.twitter.com/DXIrWWiint
— ANI (@ANI) September 25, 2024
ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଉପତ୍ୟକାରେ ହେଉଛି ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବାବେଳେ ଭୋଟିଂ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ଭୋଟିଂ ହୋଇଥିଲା। ମୋଟ୍ ୩ଟି ଫେଜରେ ହେଉଛି ଏହି ନିର୍ବାଚନ। ଆସନ୍ତା ଅକ୍ଟୋବର ୧ ତାରିଖରେ ଜମ୍ମୁ କଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ପଡିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
