Advertisment

ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟ୍, ମୈଦାନରେ ୪୪୯ ଜଣ ପ୍ରାର୍ଥୀ

କୁପଓ୍ୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ୱେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ଆଜି ଭୋଟିଂ ହେଉଛି।

Jammu Voting

Jammu Voting

Advertisment

ଆଜି ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ୪୦ଟି ଆସନ ଲାଗି ଆରମ୍ଭ ହୋଇଛି ମତଦାନ। ସକାଳ ୭ଟାରୁ ଲୋକେ ଧାଡ଼ିରେ ଛିଡା ହୋଇ ଭୋଟ୍‌ ଦେଉଛନ୍ତି। ମୈଦାନରେ ଅଛନ୍ତି ୪୪୯ ଜଣ ପ୍ରାର୍ଥୀ।

Advertisment

କୁପଓ୍ୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ୱେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ଆଜି ଭୋଟିଂ ହେଉଛି। ଜମ୍ମୁ ଅଞ୍ଚଳର ୨୪ ଓ କଶ୍ମୀରର ୧୬ ଆସନରେ ହେବ ଭୋଟ।

୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର କରିବେ ମତଦାନ। ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ।

Advertisment

ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

Assembly Voting Jammu And Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe