Advertisment

ରୁଷ ରାଷ୍ଟ୍ରପତି ନିର୍ବାଚନ ପାଇଁ କେରଳରେ ପଡ଼ିଲା ଭୋଟ୍‌

ବାଲଟ ଜରିଆରେ ରୁଷ ନାଗରିକମାନେ ଭାରତରେ ରହି ମଧ୍ୟ ମତଦାନ କରିଛନ୍ତି। ତୃତୀୟ ଥର ପାଇଁ ରୁଷୀୟ ହାଉସ ପକ୍ଷରୁ ନିଜ ଦେଶର ଲୋକଙ୍କ ପାଇଁ ଭାରତରେ ଏପରି ବ୍ୟବସ୍ଥା କରାଯାଇଛି।

Russia

Russia

Advertisment

ଭାରତର କେରଳରେ ରୁଷ ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡ଼ିଛି ଭୋଟ। କେରଳରେ ରହୁଥିବା ରୁଷ ପର୍ଯ୍ୟଟକଙ୍କ ସହ ନାଗରିକମାନେ ଥିରୁଅନନ୍ତପୁରମରେ ଥିବା ରୁଷ କନ୍ସ୍ୟୁଲେଟରେ ଗଠନ କରାଯାଇଥିବା ବୁଥରେ ଭୋଟ ଦେଇଛନ୍ତି।

Advertisment

ବାଲଟ ଜରିଆରେ ରୁଷ ନାଗରିକମାନେ ଭାରତରେ ରହି ମଧ୍ୟ ମତଦାନ କରିଛନ୍ତି। ତୃତୀୟ ଥର ପାଇଁ ରୁଷୀୟ ହାଉସ ପକ୍ଷରୁ ନିଜ ଦେଶର ଲୋକଙ୍କ ପାଇଁ ଭାରତରେ ଏପରି ବ୍ୟବସ୍ଥା କରାଯାଇଛି।

ରୁଷ ରାଷ୍ଟ୍ରପତି ପଦ ପାଇଁ ହେଉଥିବା ନିର୍ବାଚନର ଭୋଟିଂ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ଯାଏ ଚାଲିବ। ୩ ଦିନ ମଧ୍ୟରେ ରୁଷବାସୀ ନିଜର ପରବର୍ତ୍ତୀ ରାଷ୍ଟ୍ରପତି ବାଛିବେ। ଏହାପୂର୍ବରୁ ମାର୍ଚ୍ଚ ୧ରୁ ରୁଷ ଦଖଲରେ ଥିବା ୟୁକ୍ରେନରେ ଭୋଟିଂ ଆରମ୍ଭ ହୋଇଥିଲା।

Advertisment

ରାଷ୍ଟ୍ରପତି ନିର୍ବାଚନ କେବଳ ଲୋକ ଦେଖାଣିଆ ଭାବେ ଅନୁଷ୍ଠିତ ହେଉଛି। ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଉ ୬ ବର୍ଷ ଏହି ପଦରେ ରହିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ସେ ୫ମଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଛନ୍ତି।

କେରଳରେ ହୋଇଥିବା ବୁଥ ସମ୍ପର୍କରେ ହନରାରୀ କନସୁଲାର ଓ ରୁଷୀୟ ହାଉସର ନିର୍ଦ୍ଦେଶକ ରଥୀଶ ନାୟର କହିଛନ୍ତି, “ଏପରି ଭୋଟ ଦାନ ବ୍ୟବସ୍ଥା କେରଳରେ ରହୁଥିବା ରୁଷ ନାଗରିକ ଓ ପର୍ଯ୍ୟଟକମାନଙ୍କ ପାଇଁ କରାଯାଇଛି।

ଆମେ ରୁଷର କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ସହ ମିଶି ବୁଥ କରିଛୁ। କେରଳରେ ରହୁଥିବା ରୁଷ ନାଗରିକଙ୍କ ସହଯୋଗ ଓ ଭୋଟ ଦେବାର ଆଗ୍ରହ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ।”

ଜଣେ ରୁଷ ନାଗରିକ ମଧ୍ୟ ଭୋଟ ଦାନର ବ୍ୟବସ୍ଥା ରୁଷୀୟ ହାଉସ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଭାରତରେ ସ୍ଥାୟୀ ଭାବେ ରହୁଥିବା ରୁଷ ନାଗରିକ ଓ ଭାରତକୁ ବୁଲିବାକୁ ଆସିଥିବା ରୁଷ ପର୍ଯ୍ୟଟକମାନେ ଏଠାକୁ ଆସି ଭୋଟ ଦେଇଛନ୍ତି। ସମସ୍ତ ରୁଷ ନାଗରିକଙ୍କୁ ଭୋଟ ଦେବାକୁ କହିଛନ୍ତି।

ପୁଟିନଙ୍କ ବିରୋଧରେ ୩ ଜଣ ପ୍ରାର୍ଥୀ ରହିଛନ୍ତି। ଲିବେରାଲ ଡେମୋକ୍ରାଟିକ ପାର୍ଟିର ଲେଓନିଡ ସ୍ଲୁସିକ, ନ୍ୟୁ ପିପୁଲ୍ସ ପାର୍ଟିର ଭ୍ଲାଡିସ୍ଲାବ ଡାଭନକୋଭ ଓ କମ୍ୟୁନିଷ୍ଟ ପାର୍ଟିର ନିକୋଲୟ ଖାରିଟୋନୋଭ ରହିଛନ୍ତି। ଏମାନେ ସମସ୍ତେ କେବଳ ଲୋକ ଦେଖାଣିଆ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏହି ୩ ନେତା କ୍ରେମଲିନ ସପକ୍ଷବାଦୀ ଭାବେ ପରିଚିତ।

Kerala Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe