Advertisment

ନିର୍ବାଚନୀ ହିଂସା, ବୋମା ମାଡ଼ରେ ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ

ଭୋଟିଂର ଗୋଟିଏ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ କର୍ମୀଙ୍କ ଉପରକୁ ବୋମା ମାଡ କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Voting

Voting

Advertisment

ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ୧୦ଟି ରାଜ୍ୟର ୯୬ଟି ଆସନରେ ଆଜି ସକାଳୁ ଭୋଟିଂ ଚାଲିଛି। ତେବେ ଏହି ନିର୍ବାଚନ ଭିତରେ ହିଂସା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗରେ ଭୋଟିଂର ଗୋଟିଏ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ କର୍ମୀଙ୍କ ଉପରକୁ ବୋମା ମାଡ ହୋଇଛି। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ପୂର୍ବ ବର୍ଦ୍ଧମାନର କୁତୁଗ୍ରାମ ଅଞ୍ଚଳରେ ଟିଏମ୍‌ସି କର୍ମୀ ମିଣ୍ଟୁ ଶେଖଙ୍କ ଉପରକୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଦେଶୀ ବୋମା ମାଡ କରିଛନ୍ତି। ଶେଖ ନିଜ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ ହୋଇଛି।

ଦଳୀୟ କର୍ମୀଙ୍କ ହତ୍ୟା ପାଇଁ ସିପିଏମ୍‌କୁ ତୃଣମୂଳ କଂଗ୍ରେସ ଦାୟୀ କରିଛି। ୩୪ ବର୍ଷର ହିଂସା ତଥା ରକ୍ତପାତର ଶାସନ କାଳରେ, ସିପିଆଇ (ଏମ୍) କୁତଗ୍ରାମରେ ଆମ ଦଳର କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୋଲି ଟିଏମ୍‌ସି ଅଭିଯୋଗ କରିଛି।

Advertisment

ନିର୍ବାଚନ ଡ୍ୟୁଟି ପରେ ମିଣ୍ଟୁ ଶେଖ ଘରକୁ ଫେରୁଥିବାବେଳେ ତାଙ୍କୁ ଉପରକୁ ଦେଶୀ ବୋମା ପକାଇ ହତ୍ୟା କରାଯାଇଛି। ବେଙ୍ଗଲରୁ ପୋଛି ଦିଆଯିବା ପରେ, ସିପିଏମ୍ ପାଖରେ କେବଳ ଗୋଟିଏ ଏଜେଣ୍ଡା ଅଛି, ଲୋକମାନଙ୍କୁ ଆତଙ୍କିତ କରିବା ବୋଲି ଟିଏମ୍‌ସି କହିଛି। ଏହି ମାମଲାକୁ ନେଇ ତୁରନ୍ତ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଟିଏମ୍‌ସି ଦାବି କରିଛି।

West Bengal TMC Loksabha Election 2024 Bomb Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe