Advertisment

ଆଜି ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା, ନିଜ ନେତା ବାଛିବେ ଭୋଟର

କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

ଅଦ୍ୟତନ ହୋଇଛି
Heavy Weight Candidates

Heavy Weight Candidates

Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଆଜି ହେଉଛି ଭାଗ୍ୟ ପରୀକ୍ଷା। କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

Advertisment

ହେଭିୱେଟଙ୍କ ମଧ୍ୟରେ ଗୁଜରାଟ ଗାନ୍ଧିନଗରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପୋରବନ୍ଦରରେ ମନସୁଖ ମାଣ୍ଡଭୀୟ, ମଧ୍ୟପ୍ରଦେଶର ଗୁନାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକ ଧରୱାଡରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ପଶ୍ଚିମବଙ୍ଗର ବହରମପୁରରୁ ଭାଗ୍ୟ ପରୀକ୍ଷା କରାଇବେ କଂଗ୍ରେସ ହେଭିୱେଟ ଅଧୀର ରଞ୍ଜନ ଚୌଧୁରୀ।

ଆଜି ମତାଧିକାର ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ୍ ଦେବେ ମୋଦି। ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗୁଜରାଟ ଗାନ୍ଧିନଗରରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାରାନପୁରା ଅଞ୍ଚଳର ଏକ ବୁଥରେ ଭୋଟ୍ ଦେବେ । ଏଥିପାଇଁ ଉଭୟ ଶୀର୍ଷ ନେତା ଗୁଜରାଟରେ ପହଞ୍ଚିଛନ୍ତି। 

Advertisment

ତାଙ୍କ ବିପକ୍ଷରେ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ୟୁସୁଫ ପଠାନ୍। ମଧ୍ୟପ୍ରଦେଶର ରାଜଗଡ଼ରୁ ଦିଗବିଜୟ ସିଂ, ମହାରାଷ୍ଟ୍ରର ବାରାମତୀରୁ ଏନସିପି ନେତ୍ରୀ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମୈଦାନକୁ ଓହ୍ଲାଇଛନ୍ତି। ସୁପ୍ରିୟା ସୁଲେଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଅଜିତ ପାୱାରଙ୍କ ପତ୍ନୀ ତଥା ସୁପ୍ରିୟାଙ୍କ ଭାଉଜ ସୁନେତ୍ର ପାୱାର।

ଅନ୍ୟପଟେ ଉତ୍ତରପ୍ରଦେଶ ମୈନପୁରୀରୁ ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ସେହିପରି ହାଇଦ୍ରବାଦ ଲୋକସଭା ଆସନରେ ବି ବିଗ୍ ଫାଇଟ୍ ଦେଖିବାକୁ ମିଳିପାରେ । ମୈଦାନରେ ବିଜେପିର ମାଧବୀଲତା ଓ AIMIM ମୁଖ୍ୟ ତଥା ୪ ଥର ସାଂସଦ ଅସଦୁଦ୍ଦିନ ଓୱେସୀ।

Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe