Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭା ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି।

voters

voters

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭା ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି।

Advertisment

୨୨୪ଟି ଆସନ ପାଇଁ ଏ‌ଥର ୨୬୧୫ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଆଜି ୫ କୋଟି ୩୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ରାଜ୍ୟରେ ୫୮ ହଜାର ୫୪୫ଟି ପୁଲିଂ ବୁଥ୍ କରାଯାଇଛି।

ରାଜ୍ୟରେ ମୁଖ୍ୟତଃ ବିଜେପି, କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ଲଢ଼େଇ ହେଉଛି। ଶାସକ ବିଜେପି ଲଗାତାର ଦ୍ୱିତୀୟ ଥର ଜିତି ଇତିହାସ ରଚିବାକୁ ଆଶା ରଖିଥିବା ବେଳେ କଂଗ୍ରେସ ଶାସନ ଗାଦିକୁ ଫେରିବାକୁ ଲକ୍ଷ୍ୟ ରଖିଛି।

Advertisment

ବିଜେପି ଏଥର ୫୦ ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ସେଥିପାଇଁ ଦଳ ଅନେକ ବରିଷ୍ଠ ନେତା ତଥା ବିଧାୟକଙ୍କ ଟିକେଟ କାଟି ଦେଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ଭଳି ନେତା ମଧ୍ୟ ଅଛନ୍ତି। ଫଳସ୍ୱରୂପ ବିଜେପିର କିଛି ନେତା ଦଳ ଛାଡ଼ି କଂଗ୍ରେସ ବା ଜେଡି(ଏସ୍‌)ରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେପିର କହିବା କଥା ଏହାର ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ।

ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ୧୯ଟି ସାଧାରଣସଭା ଓ ୬ଟି ରୋଡ୍‌ଶୋ’ କରିଥିଲେ। ସେହିପରି ଅମିତ ଶାହ ୧୬ଟି ସଭା ଓ ୧୪ଟି ରୋଡ୍‌ଶୋ’ କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ୧୦ଟି ସାଧାରଣ ସଭା ଓ ୧୬ଟି ରୋଡ୍‌ଶୋ’ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଇଛି। ସୋନିଆ ଗାନ୍ଧି ମଧ୍ୟ ଦଳ ପାଇଁ ଏଠାରେ ପ୍ରଚାର କରିଥିଲେ।

Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe