Advertisment

ଅରୁଣାଚଳର ୮ଟି ବୁଥ୍‌ରେ ହେବ ପୁଣି ଭୋଟିଂ

ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ଭୋଟିଂ ହୋଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Voting

Voting

ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ପୁଣି ହେବ ନିର୍ବାଚନ। ଏଠାରେ ଲୋକେ ପୁଣିଥରେ ମତଦାନ କରିବେ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ଭୋଟିଂ ହୋଇଥିଲା।

Advertisment

ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଅନେକ ସ୍ଥାନରେ ହିଂସା ଓ ଭଙ୍ଗରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଏଠାକାର ୮ଟି ବୁଥରେ ପୁଣି ଥରେ ମତଦାନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୨୪ ତାରଖରେ ଏଠାରେ ପୁଣିଥରେ ଭୋଟିଂ କରାଯିବ।

ଏପ୍ରିଲ ୧୯ରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସମୟରେ କିଛି ମତଦାନ କେନ୍ଦ୍ରରେ ଅସଦାଚରଣ, ଭଙ୍ଗାରୁଜା, ଭୋଟ୍ ହିଂସା ଏବଂ ଇଭିଏମ୍ ଛଡ଼ାଇ ନେବାକୁ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଏବେ ପୁଣି ଥରେ ଏଠାରେ ମତଦାନ ନିର୍ଦ୍ଦେଶ ଦିଆଯାଇଛି।

Advertisment
Arunachal Pradesh Loksabha Election 2024 Repoll In Arunachal Pradesh