Advertisment

ମନ୍ଦିରକୁ ଜିନ୍ସ ପିନ୍ଧି ଯିବା ମନା, ଡ୍ରେସ୍‌ କୋଡ୍‌ ଲାଗୁ

ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି।

ଅଦ୍ୟତନ ହୋଇଛି
Vrindavan Temple

Vrindavan Temple

Advertisment

ଏଣିକି ଜିନ୍ସ, ମିନି ସ୍କର୍ଟ ପିନ୍ଧିଲେ, ମନ୍ଦିରକୁ ଭିତରକୁ ମିଳିବନି ପ୍ରବେଶ। ମହିଳାଙ୍କ ଏଣ୍ଟ୍ରି ଉପରେ ଲାଗିବ ବ୍ୟାନ୍‌। ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଜାରି କରିଛି ଡ୍ରେସ୍‌ କୋଡ୍‌। ଏହି ମାର୍ଗଦର୍ଶିକା ମୁଖ୍ୟତଃ ମହିଳାଙ୍କ ପାଇଁ, ଯେଉଁମାନେ ଠାକୁର ଦର୍ଶନ କରିବାକୁ ଆସିବା ବେଳେ ଛୋଟ ଡ୍ରେସ ଏବଂ ଜିନ୍ସ ପିନ୍ଧନ୍ତି। ଏହିପରି ଡ୍ରେସ୍‌ ନ ପିନ୍ଧିବାକୁ ମନ୍ଦିର ପକ୍ଷରୁ ନିବେଦନ କରାଯାଇଛି।

Advertisment

ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ମହିଳାମାନେ ମିନି ସ୍କାର୍ଟ, ରିପ୍‌ଡ୍‌ ତଥା ଚିରା ଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ ଏବଂ ନାଇଟ୍ ସୁଟ୍ ଭଳି ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ମନ୍ଦିରର ସଂସ୍କୃତି ଓ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଏହି ନିବେଦନ କରାଯାଇଛି।

ମନ୍ଦିରର ସାଂସ୍କୃତିକ ମର୍ଯ୍ୟାଦା ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ଦିର ପରିଚାଳକ ମୁନିଶ ଶର୍ମା କହିଛନ୍ତି। ଅନେକ ଶ୍ରଦ୍ଧାଳୁମାନେ ଜିନ୍ସ ଓ ଟି-ସାର୍ଟ ପିନ୍ଧି ମନ୍ଦିରକୁ ଆସୁଥିବାର ନଜିର ରହିଛି। ଯାହାକୁ ମନ୍ଦିରର ମର୍ଯ୍ୟାଦା ପ୍ରତି ଅସମ୍ମାନ। ତେଣୁ ଏହିପରି ଏକ ପଦକ୍ଷେପ ନିଆଯାଇଛି।

Advertisment

ପ୍ରକୃତରେ ନୂଆ ବର୍ଷରେ ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ଭିଡ ବଢ଼ି ଯାଏ। ଦିଲ୍ଲୀ-ନୋଏଡା ସମେତ ଅନେକ ସହରର ଭକ୍ତମାନେ ମଥୁରା-ବୃନ୍ଦାବନକୁ ପହଞ୍ଚନ୍ତି। ଏଭଳି ପରିସ୍ଥିତିରେ ନୂଆ ବର୍ଷରେ ବୟସ୍କ ଓ ଅସୁସ୍ଥ ଏବଂ ଦିବ୍ୟାଙ୍ଗଙ୍କୁ ନ ଆଣିବା ପାଇଁ ବଙ୍କେ ବିହାରୀ ମନ୍ଦିର ପ୍ରଶାସନ ନିବେଦନ କରିଛି।

No Jeans Mini Skirts Vrindavan Temple Dress Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe