Advertisment

ବିଦା ହେବେ ୩୦୦ ମଦୁଆ ପୁଲିସ୍‌ ବାବୁ

ରବିବାର ହିମନ୍ତ ବିଶ୍ୱଶର୍ମା ମଦୁଆ ପୁଲିସ୍‌ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସମ୍ପର୍କରେ ଘୋଷଣା କରିଥିଲେ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଖାଲି ପଡ଼ିବାକୁ ଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ।

Police

Police

Advertisment

ନିୟମିତ ମଦ ପିଇବା ଆସମ ପୁଲିସ୍‌ର ୩୦୦ ଜଣ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି। ସେମାନଙ୍କୁ ଖୁବଶୀଘ୍ର ଚାକିରିରୁ ବିଦା ହେବେ। ଏପରି ଅଭ୍ୟାସଗତ ମଦୁଆ ପୁଲିସ୍‌ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏପରି ଘୋଷଣା କରିବା କରିବା ପରେ ସମସ୍ତଙ୍କ ଭିତରେ ଚାକିରି ହରାଇବାକୁ ନେଇ ଭାଳେଣି ପଡ଼ିଛି।

Advertisment

ରବିବାର ହିମନ୍ତ ବିଶ୍ୱଶର୍ମା ମଦୁଆ ପୁଲିସ୍‌ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସମ୍ପର୍କରେ ଘୋଷଣା କରିଥିଲେ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଖାଲି ପଡ଼ିବାକୁ ଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ।

ଶ୍ରୀ ଶର୍ମା କହିଛନ୍ତି, “୩ ଶହ ଜଣ ପୁଲିସ୍‌ କର୍ମଚାରୀ ନିୟମିତ ମଦ ପିଅନ୍ତି। ସେମାନେ ଅଧିକ ମାତ୍ରାରେ ମଦ ପିଉଥିବାରୁ ସେମାନଙ୍କ ଶରୀର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ସେମାନଙ୍କ ପାଇଁ ସରକାର ଭିଆରଏସର ବ୍ୟବସ୍ଥା କରିଛନ୍ତି।”

Advertisment

ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ ମଧ୍ୟ ନିଜ ପାଖରେ ରଖିଛନ୍ତି। ମେ’ ୧୦ରେ ବିଜେପି ସରକାରକୁ ଆସାମରେ ୨ ବର୍ଷ ପୂରିବ। ଏହା ପୂର୍ବରୁ ସେ ପ୍ରଶାସନ ଓ ପୁଲିସ୍‌ ଫୋର୍ସକୁ ଅଧିକ ଶାଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଶ୍ରୀ ଶର୍ମା କହିଛନ୍ତି ଯେ ଏପରି ବାଧ୍ୟତାମୂଳକ ଅବସର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ ରହିଛି। ହେଲେ ଠିକ ଭାବେ କେହି ବି ଏହାକୁ ଲାଗୁ କରୁ ନାହାନ୍ତି। ଆସାମରେ ଏହା ପ୍ରଥମଥର ପାଇଁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ରାଜ୍ୟରେ ଏପରି ନିୟମ ପୂର୍ବରୁ ରହିଥିଲା। କିନ୍ତୁ ଏଠାରେ ଏହାକୁ ଲାଗୁ କରାଯାଉ ନଥିଲା। ଭିଆରଏସ୍‌ ନେଉଥିବା ପୁଲିସ୍‌ କର୍ମଚାରୀ ପୂର୍ଣ୍ଣ ଦରମା ପାଇବେ। କିନ୍ତୁ ସେମାନଙ୍କ ସ୍ଥାନରେ ନୂଆ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।

ଅନେକ ସମୟରେ ପୁଲିସ୍‌ କର୍ମଚାରୀମାନେ ଦୁର୍ବ୍ୟବହାର କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ସେହିପରି ଡ୍ୟୁଟି ବେଳେ ଅନେକ ପୁଲିସ୍‌ କର୍ମଚାରୀ ମଦ ପିଇ ନିଲମ୍ବିତ ହେବାର ନଜିର ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଏବେ ଭିଆରଏସ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗୁରୁବାର ବିଶ୍ୱଶର୍ମା ବରିଷ୍ଠ ଅଧିକାରୀ ଓ ଏସ୍‌ପିମାନଙ୍କ ସହ ଭିଡିଓ କନଫରେନ୍ସିଂରେ ବୈଠକ କରିଥିଲେ। ଏହି ସମୟରେ ମଧ୍ୟ ସେ ବିଶୃଙ୍ଖଳା କରୁଥିବା ପୁଲିସ୍‌ କର୍ମଚାରୀଙ୍କୁ ବିଦା କରିବା ପାଇଁ କହିଥିଲେ। ଏଥିସହ ଶାରୀରିକ ଭାବେ ଫିଟ୍ ରହିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ଅଭ୍ୟାଦସଗତ ମଦୁଆ, ଦୁର୍ବ୍ୟବହାର କରୁଥିବା କର୍ମଚାରୀ ଓ ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀଙ୍କୁ ଭିଆରଏସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

Police Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe