Advertisment

VRS ନଚେତ ବଦଳି, ତିରୁପତି ମନ୍ଦିରରେ ଅଣ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ (VRS) କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Tirupati Temple

Tirupati Temple

Advertisment

ସ୍ୱେଚ୍ଛାକୃତ ଅବସର ତଥା VRS କିମ୍ବା ବଦଳି। ଏ ଦୁଇଟି ମଧ୍ୟରୁ ଗୋଟିଏ ବାଛିବାକୁ ହେବ। ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏଭଳି କିଛି ଆସିଛି ନିର୍ଦ୍ଦେଶ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

ଏଠାରେ ନୂଆ ଭାବେ ଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ।

ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରିବାକୁ ସେ ମନା କରି ଦେଇଛନ୍ତି। ସୂଚନାନୁସାରେ, ଟିଟିଡିର ନୂତନ ନିଷ୍ପତ୍ତି ବୋର୍ଡର ୭୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ପ୍ରଭାବିତ କରିବ। କହିରଖୁ ଯେ, ୧୪୦୦୦ ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ TTD ରେ କାମ କରନ୍ତି।

Advertisment

TTD ର ଏହି ନିଷ୍ପତ୍ତି ସମ୍ବିଧାନର ଧାରା ୧୬(୫) ଉପରେ ଆଧାରିତ। ସମ୍ବିଧାନର ଏହି ଧାରା ଧାର୍ମିକ ପ୍ରକୃତିର ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର ଧର୍ମର ସଦସ୍ୟମାନଙ୍କୁ ନିଯୁକ୍ତି ଦେବାର ଅଧିକାର ଦେଇଥାଏ। ଆନ୍ଧ୍ରପ୍ରଦେଶର ଚାରିଟେବୁଲ୍ ଏବଂ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଓ ଏଣ୍ଡୋମେଣ୍ଟସ୍ ସବୋର୍ଡେଟ୍ ସର୍ଭିସ୍ ନିୟମର ନିୟମ ୩ରେ ମଧ୍ୟ କୁହାଯାଇଛି ଯେ ଧାର୍ମିକ ଅନୁଷ୍ଠାନର କର୍ମଚାରୀମାନେ ହିନ୍ଦୁ ଧର୍ମ ସ୍ୱୀକାର କରିବାକୁ ହେବ। ନଭେମ୍ବର ୨୦୨୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମଧ୍ୟ ସେବା ସର୍ତ୍ତକୁ ବାଧ୍ୟତାମୂଳକ କରିବା ପାଇଁ ଟ୍ରଷ୍ଟ ବୋର୍ଡର କ୍ଷମତା ଅଛି ବୋଲି କହିଥିଲେ।

TTD ହେଉଛି ଏକ ସ୍ୱାଧୀନ ସରକାରୀ ଟ୍ରଷ୍ଟ। ଏହା ଦୁନିଆର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ତିରୁମାଲା ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରେ। ସୂଚନା ମୁତାବକ, ନିକଟ ଅତୀତରେ TTD ଅଧିନିୟମରେ ତିନିଥର ସଂଶୋଧନ କରାଯାଇଛି। ଏହାର ଉଦ୍ଦେଶ୍ୟ ଥିଲା ଯେ କେବଳ ହିନ୍ଦୁମାନଙ୍କୁ ମନ୍ଦିର ବୋର୍ଡ ଏବଂ ଏହାର ଅନୁବନ୍ଧିତ ଅନୁଷ୍ଠାନ ଦ୍ୱାରା ନିୟୋଜିତ କରାଯିବା। ୧୯୮୯ରେ ଜାରି କରାଯାଇଥିବା ଏକ ଆଦେଶରେ ଏହା ମଧ୍ୟ କୁହାଯାଇଥିଲା ଯେ ଟିଟିଡି ଦ୍ୱାରା ପରିଚାଳିତ ପଦବୀରେ ନିଯୁକ୍ତି କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ରହିବ।

କହିରଖୁ ଯେ, ଗତ କିଛି ମାସ ହେବ ତିରୁପତି ମନ୍ଦିର ଚର୍ଚ୍ଚାରେ ରହିଛି। ନିକଟରେ ପ୍ରଥମେ ମନ୍ଦିର ପବିତ୍ର ଲଡୁରେ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ବେଶ୍‌ ବିବାଦ ସୃଷ୍ଟି ହୋଇଥିଲା।

Andhra Pradesh Tirupati Temple TTD VRS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe