Advertisment

‘କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା ଟଙ୍କା ବିଡ଼ା, ତଦନ୍ତ ନିର୍ଦ୍ଦେଶ’

କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର। ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ। ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନକର ରାଜ୍ୟସଭାରେ ଘୋଷଣା କରିଛନ୍ତି।

RS Chairman Jagdeep Dhankhar

ଧନକରଙ୍କ ଘୋଷଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପୂର୍ବରୁ ଅଧ୍ୟକ୍ଷ କାହାର ନାମ ନେବା ନୁହେଁ ବୋଲି କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି। ନିଜେ ସାଂସଦ ସିଂହଭି ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ୫୦୦ ଟଙ୍କିଆ ନୋଟ୍‌ଟିଏ ନେଇ ରାଜ୍ୟସଭାକୁ ଆସିଥାନ୍ତି। ଏଭଳି ଅଭିଯୋଗ ପ୍ରଥମ ଥର ସେ ଶୁଣୁଛନ୍ତି। ସେ କହିଛନ୍ତି ଯେ ସେ ଗତକାଲି ମଧ୍ୟାହ୍ନ ୧୨.୫୭ ଘଣ୍ଟାରେ ରାଜ୍ୟସଭା ଗୃହରେ ପ୍ରବେଶ କରିଥିଲେ। ସଦନର କାର୍ଯ୍ୟ ଦିନ ୧ ଘଣ୍ଟା ସମୟରେ ବନ୍ଦ ରହିଲା। ତା’ପରେ ସେ ଯାଇଁ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଅଯୋଧ୍ୟା ପ୍ରସାଦଙ୍କ ସହ ୧.୩୦ ଘଣ୍ଟା ଯାଏଁ ରହି ସଂସଦ ଭବନ ଛାଡ଼ିଥିଲେ ବୋଲି ସିଂହଭି କହିଛନ୍ତି। ଏ ନେଇ ସେ ତାଙ୍କର ଏକ୍ସ (ପୂର୍ବର ଟୁଇଟର) ଏକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଓ ତାଙ୍କର ପୂରା କଥା ଉଦ୍ଧୃତ କରି ରିପୋର୍ଟ ଲେଖିବାକୁ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛନ୍ତି।

ଆଜି ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ ଗତକାଲି ଗୃହର କାର୍ଯ୍ୟ ମୁଲତବୀ ରହିବା ପରେ ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ଗୃହର ରୁଟିନ୍‌ ଯାଞ୍ଚ କରିଥିଲେ। ସେହି ସମୟରେ ୨୨୨ ନମ୍ବର ସିଟ୍‌ରୁ ଟଙ୍କା ବିଡ଼ା ମିଳିଥିଲା। ଏହା ମୋ ଦୃଷ୍ଟିକୁ ଆସିବା ପରେ ମୁଁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ସିଟ୍‌ଟି ତେଲଙ୍ଗାନାରୁ ରାଜ୍ୟସଭାକୁ ନିର୍ବାଚିତ ଅଭିଷେକ ମନୁ ସିଂହଭିଙ୍କୁ ଆବଣ୍ଟନ କରାଯାଇଛି।

Advertisment
Bjp Congress Rajyasabha Jagdeep Dhankhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe