Advertisment

ମୁହାଁମୁହିଁ ପିଟି ହେଲେ ୨ ଟ୍ରେନ୍‌

ଉତ୍ତରପ୍ରଦେଶରେ ଘଟିଛି ଘଟଣା

ଅଦ୍ୟତନ ହୋଇଛି
train accident

train accident

Advertisment

ଉତ୍ତରପ୍ରଦେଶରେ ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୁଲତାନପୁର ଷ୍ଟେସନ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପରକୁ ଧକ୍କା ଦେଇଥିଲେ । ଏଥିରେ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କୌଣସି ମୃତାହତ ସୂଚନା ମିଳି ନାହିଁ। ଦୁର୍ଘଟଣା ପରେ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ବଗି ଗୁଡିକୁ ଟ୍ରାକରୁ ଉଠାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରାଯାଉଛି। ଆଜି ଭୋରରୁ ମାଲବାହୀ ଟ୍ରେନ୍ ଦୁଇଟି ପରସ୍ପରକୁ ଧକ୍କା ଦେଇଥିଲେ । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନାହିଁ । ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଗତକାଲି ମଧ୍ୟ ଏକ ଟ୍ରେନ୍ ଦୁର୍ଘଟଣାଗସ୍ତ ହୋଇଥିଲା। ବିଶାଖାପାଟନାମରୁ ସିକନ୍ଦ୍ରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସ ବୁଧବାର ଲାଇନଚ୍ୟୁତ ହୋଇଥିଲା। ବିବିନଗରରୁ ଘଟକେଶ୍ୱର ମଧ୍ୟରେ ୬ଟି କୋଚ ଲାଇନଚ୍ୟୁତ ହୋଇଥିଲା। ଲାଇନଚ୍ୟୁତ ହେବା ପରେ ରେଲ ଲାଇନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ଦୁର୍ଘଟଣା ପରେ ଉକ୍ତ ରେଳଲାଇନରେ ଭୟପଟୁ ବହୁ ଟ୍ରେନକୁ ବାତିଲ କରାଯାଇଥିଲା। ମରାମିତି ହେବା ପରେ ଟ୍ରେନ୍ ଳାଚଳ ସ୍ୱାଭାବିକ୍ ହୋଥିଲା।

ଏହା ପୂର୍ବରୁ ଗତ ଫେବୃଆରୀ ୩ ତାରିଖରେ ବାଚଲିରୁ କୋତାଭାଲସା ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ କୋତାଭାଲସା-କିରଣ୍ଡୁଲ ଲାଇନର ଶିବଲିଙ୍ଗପୁରମ୍‌ ପୂର୍ବରୁ ରହିଥିବା ୭ନମ୍ବର ଟନେଲ୍‌ ନିକଟରେ ଲାଇନଚ୍ୟୁତ ହୋଇୟଥିଲା ।ଏଥିରେ ଲୁହାପଥର ଭର୍ତ୍ତି ୮ଟି ୱାଙ୍ଗନ ଲାଇନଚ୍ୟୁତ ହୋଇଥିଲା। ତାପୂର୍ବରୁ କୋତାଭାଲସା-ଆରକୁ ବିଭାଗର ଶିଭଲିଙ୍ଗପୁରମ୍ ଷ୍ଟେସନ ନିକଟରେ ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ଟ୍ରେନ୍ (୦୮୫୫୧) ଗତ ମାସ ୧୭ ତାରିଖେରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ ଚକ ସେଟ୍ (ଟ୍ରେନର ପଛରୁ ଷଷ୍ଠ) ଲାଇନଚ୍ୟୁତ ହୋଇଥିଲା। ଏହାପରେ ସେହି କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଟ୍ରେନ୍ ଯୋଗେ ଗନ୍ତବ୍ୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା।

Advertisment
Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe