Advertisment

ହଠାତ୍‌ ଷ୍ଟିଅରିଂ ଧରିଦେଲେ ନିଶାସକ୍ତ ଯାତ୍ରୀ; ୯ ଜଣଙ୍କ ଉପରେ ମଡ଼ାଇ ଦେଲେ ବସ୍‌

ଯାତ୍ରୀଜଣକ ହୋସ୍‌ରେ ନ ଥିବା ବେଳେ ବସ୍‌ର ଷ୍ଟିଅରିଂ ଧରି ପକାଇଥିଲେ । ଫଳରେ ଆଖି ପିଛୁଳାକେ ଘଟିଗଲା ହିଟ୍‌ ଆଣ୍ଡ ରନ୍‌ କେସ୍‌। ନିୟନ୍ତ୍ରଣ ହରାଇ ଗାଡ଼ିଟି ୯ ଜଣଙ୍କ ଉପରେ ଚଢ଼ି ଯାଇଛି।

author-image
Niharika Rout
Accident

Accident

ବସ୍‌ରେ ଯାତ୍ରା କରିବା ବେଳେ ନିଶାସକ୍ତ ଯାତ୍ରୀ ଘଟାଇଲେ ନାରକୀୟ କାଣ୍ଡ। ଯାତ୍ରୀଜଣକ ହୋସ୍‌ରେ ନ ଥିବା ବେଳେ ବସ୍‌ର ଷ୍ଟିଅରିଂ ଧରି ପକାଇଥିଲେ । ଫଳରେ ଆଖି ପିଛୁଳାକେ ଘଟିଗଲା ହିଟ୍‌ ଆଣ୍ଡ ରନ୍‌ କେସ୍‌। ନିୟନ୍ତ୍ରଣ ହରାଇ ଗାଡ଼ିଟି ୯ ଜଣଙ୍କ ଉପରେ ଚଢ଼ି ଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ମୁମ୍ବାରଇରେ ଘଟିଛି। ମୁମ୍ବାଇରେ ଚାଲୁଥିବା ପରିବହନ ବିଭାଗର ଇଲେକ୍ଟ୍ରି ବସ୍‌ରେ ଏପରି ଘଟଣା ଘଟିଛି।

Advertisment

ବସ୍‌ଟି ଦକ୍ଷିଣ ମୁମ୍ବାଇର ୱେଲାର୍ଡ ପିୟରଠାରୁ ରାଣୀ ଲକ୍ଷ୍ମୀବାଇ ଛକ ଅଭିମୁଖେ ଯାଉଥିଲା। ଉକ୍ତ ସମୟରେ ବସ୍‌ରେ ଥିବା ଜଣେ ନିଶାଗ୍ରସ୍ତ ଯାତ୍ରୀଙ୍କର ଡ୍ରାଇଭରଙ୍କ ସହ ଝଗଡ଼ା ହୋଇଥିଲା । ଏହାପରେ ନିଜ ହିତାହିତ ଜ୍ଞାନ ଭୁଲି ବସି ଯାତ୍ରୀଜଣକ ଗାଡ଼ିର ଷ୍ଟିଅରିଂକୁ ମୋଡ଼ି ଦେଇଥିଲେ। ଫଳରେ ଡ୍ରାଇଭରଙ୍କର ଆଉ ଗାଡ଼ି ଉପରେ ନିୟନ୍ତ୍ରଣ ରହି ନ ଥିଲା। ଏହାପରେ ଦ୍ରୁତ ବେଗରେ ଯାଇ ଗାଡ଼ିଟି ରାସ୍ତାରେ ଯାଉଥିବା ଗାଡ଼ି ତଥା ଲୋକଙ୍କୁ ଧକ୍କା ଦେଇଥିଲା।

ଏପରିକି ନିୟନ୍ତ୍ରଣ ବାହାରେ ଥିବା ବସ୍‌ଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୨ଟି ବାଇକ୍‌, ଗୋଟିଏ କାର୍‌ ଓ କିଛି ପାଦଚଲା ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ୍‌ ନିଶାଗ୍ରସ୍ତ ଯାତ୍ରୀଙ୍କୁ କାବୁ କରିବା ସହ ଗାଡ଼ିକୁ ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। 

Accident Maharashtra