Advertisment

ରାଜଧାନୀରେ ଏନକାଉଣ୍ଟର, ଧରାପଡ଼ିଲା ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲର୍‌

କାମିଲ ଠାରୁ ଗୋଟିଏ ତୁର୍କୀ ନିର୍ମିତ ଜିଗାନା ପିସ୍ତଲ ଜବତ କରାଯାଇଛି। ଏପ୍ରିଲ ମାସରେ ଉତ୍ତର ପ୍ରଦେଶର ଡନ୍‌ ଅତିକ ଅହମଦଙ୍କୁ ମଧ୍ୟ ଏହି ଜିଗାନା ପିସ୍ତଲରେ ଗୁଳି କରି ହତ୍ୟା କରାଯାଇଥିଲେ। ଏବେ କାମିଲ ପାଖରୁ ମଧ୍ୟ ଉକ୍ତ ବ୍ରାଣ୍ଡର ବନ୍ଧୁକ ମିଳିଛି।

contract killer

contract killer

Advertisment

କିଛି ଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀରେ ପୁଣି ହୋଇଛି ଏନକାଉଣ୍ଟାର। ଆଜି ଭୋର ସମୟରେ ଦିଲ୍ଲୀର ରୋହିନୀ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲର କାମିଲ ଧରା ପଡ଼ିଛି। ପୁଲିସ୍‌ ଗୁଳିରେ ଜଖମ ପାଇଥିବା କାମିଲକୁ ଗିରଫ କରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ କହିଛି ଯେ ରୋହିନୀ ଅଞ୍ଚଳରେ କାମିଲ ରହିଥିବା ଖବର ପାଇବା ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେ ଲୁଚି ଥିବା ସ୍ଥାନକୁ ଘେରା ବନ୍ଦୀ କରି ପୁଲିସ୍‌ ତାକୁ ଆତ୍ମସମର୍ପଣ କରିବାକୁ କହିଥିଲା। ହେଲେ ସେ ଗୁଳି ମାଡ଼ କରିଥିଲା।

ଏହାର ଜବାବ ମଧ୍ୟ ପୁଲିସ୍‌ ପକ୍ଷରୁ ଦିଆଯାଇଥିଲା। ଏନକାଉଣ୍ଟର ଚାଲିଥିବା ବେଳେ କାମିଲ ଖସିଯିବାକୁ ଚେଷ୍ଟା କରିଥିଲା। ଏତିକି ବେଳେ ଗୋଟିଏ ଗୁଳି ତାହା ଗୋଡ଼ରେ ବାଜିବାରୁ ସେ ଆଉ ଆଗକୁ ଯାଇ ପାରି ନଥିଲା। ପୁଲିସ୍‌ ତା’କୁ ସେଭଳି ଅବସ୍ଥାରେ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment

କାମିଲ ଠାରୁ ଗୋଟିଏ ତୁର୍କୀ ନିର୍ମିତ ଜିଗାନା ପିସ୍ତଲ ଜବତ କରାଯାଇଛି। ଏପ୍ରିଲ ମାସରେ ଉତ୍ତର ପ୍ରଦେଶର ଡନ୍‌ ଅତିକ ଅହମଦଙ୍କୁ ମଧ୍ୟ ଏହି ଜିଗାନା ପିସ୍ତଲରେ ଗୁଳି କରି ହତ୍ୟା କରାଯାଇଥିଲେ। ଏବେ କାମିଲ ପାଖରୁ ମଧ୍ୟ ଉକ୍ତ ବ୍ରାଣ୍ଡର ବନ୍ଧୁକ ମିଳିଛି।

ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାମିଲ ନାଁରେ ୧୨ରୁ ଅଧିକ ମାମଲା ରହିଛି। ଦିଲ୍ଲୀର ଜାମା ମସଜିଦ ନିକଟରେ ହୋଇଥିବା ଗୁଳିମାଡ଼ ଘଟଣାରେ ମଧ୍ୟ ସେ ସାମିଲ ଥିଲା।

Delhi Police Encounter Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe