Advertisment

ଆତତାୟୀଙ୍କ ଗୁଳିରେ KCF ମୁଖ୍ୟ ପରମଜିତ ନିହତ

ଆଜି ସକାଳ ପ୍ରାୟ ୬ଟା ବେଳେ ପରମଜିତ ସିଂହ ଓ ମାଲିକ ସର୍ଦାର ସିଂହ ଜୋହର ଟାଉନ ଅନ୍ତର୍ଗତ ସନଫ୍ଲାୱାର ସୋସାଇଟିରେ ଥିବା ତା’ ଘର ନିକଟରେ ଛିଡ଼ା ହୋଇଥିଲା।

author-image
Hemant Lenka
KCF

KCF

କୁଖ୍ୟାତ ‌ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ) ମୁଖ୍ୟ ପରମଜିତ ସିଂହ ପଞ୍ଜୱାର ଦୁଇ ଜଣ ଅଜଣା ଦୁର୍ବୃତ୍ତ ଗୁଳି ମାଡ଼ରେ ପ୍ରାଣ ହରାଇଛି। ପାକିସ୍ତାନର ଲାହୋର ଅନ୍ତର୍ଗତ ଜୋହଠାରେ ଏହି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ପରମଜିତ ସିଂହ ଓ ମାଲିକ ସର୍ଦାର ସିଂହ ଜୋହର ଟାଉନ ଅନ୍ତର୍ଗତ ସନଫ୍ଲାୱାର ସୋସାଇଟିରେ ଥିବା ତା’ ଘର ନିକଟରେ ଛିଡ଼ା ହୋଇଥିଲା।

ତା’ ସହ ତା’ର ଗନମ୍ୟାନ ମଧ୍ୟ ଉପସ୍ଥିତ ରହିଥିଲା। ହେଲେ ହଠାତ୍‌ ଗୁଳିମାଡ଼ ହେବାରୁ ଘଟଣାସ୍ଥଳରେ ପରମଜିତର ମୃତ୍ୟୁ ହୋଇଛି। ଏଥିରେ ତା’ ଗନମ୍ୟାନ ଆହତ ହୋଇଛି।

Advertisment

ଭାରତର ପଞ୍ଜାବରେ ଥିବା ତରନ ତାରନ ନିକଟ ପଞ୍ଜୱାର ଗାଁରେ ଜନ୍ମ ଗ୍ରହଣ କରିଥିବା ୫୯ ବର୍ଷୀୟ ପରମଜିତ ଶିଖ ବିଦ୍ରୋହୀମାନଙ୍କୁ ସକ୍ରିୟ କରିବା ସହ ହତ୍ୟା, ଡ୍ରଗ୍ସ ଚାଲାଣ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ କାମରେ ସାମିଲ ରହିଥିଲା।

ସେ ୧୯୮୬ରେ କେସିଏଫରେ ଯୋଗ ଦେଇଥିଲା। ୧୯୯୦ରେ ସେ କେସିଏଫର ମୁଖ୍ୟ ଭାବେ ଦାୟିତ୍ୱ ନେବା ସହ ବିଭିନ୍ନ ବେଆଇନ କାମ ଜାରି ରଖିଥିଲା। ତେବେ କେସିଏଫ ମୁଖ୍ୟ ହେବା ପରେ ସେ ପାକିସ୍ତାନ ଚାଲି ଯାଇଥିଲା ଓ ଲାହୋରରେ ରହିବା ଆରମ୍ଭ କରିଥିଲା। ତା’ ପତ୍ନୀ ଓ ପିଲାମାନେ ଜର୍ମାନୀରେ ରହୁଛନ୍ତି।

୧୦ ବର୍ଷ ହେଲା ପରମଜିତ ଆଉ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ନଥିଲା। କିନ୍ତୁ ନିଶା କାରବାର ଚଳାଇଥିଲା। ତେଣୁ ଡ୍ରଗ୍ସ ବେପାରକୁ ନେଇ କୌଣସି ଗ୍ୟାଙ୍ଗ ତାକୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି।

Pakistan Khalistan