Advertisment

ଏନକାଉଣ୍ଟରରେ ପୁଣି ଜଣେ କୁଖ୍ୟାତ ଅପରାଧୀ ଟଳିଲା

ପୁଲିସ କହିଛି ଯେ ଗୁଫରାନ ନାଁରେ ୧୨ରୁ ଅଧିକ ହତ୍ୟା, ଲୁଟ, ବଟି ଆଦାୟ ଭଳି ସାଂଘାତିକ ମାମଲା ରହିଥିଲା। ତା’କୁ ଧରିବା ପାଇଁ ୧.୨୫ ଲକ୍ଷର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।

UP

UP

Advertisment

ଉତ୍ତର ପ୍ରଦେଶରେ ପୁଣି ହୋଇଛି ଏନକାଉଣ୍ଟର। ମଙ୍ଗଳବାର ଭୋର ୫ଟାରେ ଉତ୍ତର ପ୍ରଦେଶ ପୁଲିସ୍‌ର ଏସଆଇଟି କରିଥିବା ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ମହମ୍ମଦ ଗୁଫରାନ ପ୍ରାଣ ହରାଇଛି। ତା’ ଘର ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ଆଜାଦ ନଗରରେ। ହେଲେ ଆଜି ସେ କୌଶମ୍ଭୀରେ ଲୁଚି ଥିବା ବେଳେ ପୁଲିସ ଗୁଳିରେ ନିହତ ହୋଇଛି।

Advertisment

ପୁଲିସ କହିଛି ଯେ ଗୁଫରାନ ନାଁରେ ୧୨ରୁ ଅଧିକ ହତ୍ୟା, ଲୁଟ, ବଟି ଆଦାୟ ଭଳି ସାଂଘାତିକ ମାମଲା ରହିଥିଲା। ତା’କୁ ଧରିବା ପାଇଁ ୧.୨୫ ଲକ୍ଷର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏଡିଜି(ପ୍ରୟାଗରାଜ ଜୋନ) ଗୁଫରାନ ମୁଣ୍ଡ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିବା ବେଳେ ସୁଲତାନପୁର ପୁଲିସ୍‌ ମଧ୍ୟ ତା’ ବାବଦରେ ସୂଚନା ପାଇଁ ୨୫ ହଜାର ଟଙ୍କା ଘୋଷଣା କରିଥିଲା।

ଦୀର୍ଘଦିନ ହେଲା ପୁଲିସ ତା’କୁ ଖୋଜୁ ଥିଲେ ହେଁ ତା’ର ପତ୍ତା ମିଳୁ ନଥିଲା। ହେଲେ ଆଜି ଭୋର ସମୟରେ ସେ କୌଶମ୍ଭୀ ଜିଲ୍ଲା ସମଦା ସୁଗାର ମିଲ୍‌ ପାଖରେ ଆତ୍ମଗୋପନ କରିଥିବା ଏସଟିଏଫ ଜାଣିବାକୁ ପାଇଥିଲା। ଉକ୍ତ ଅଞ୍ଚଳକୁ ପୁଲିସ୍‌ ଘେରାବନ୍ଦୀ କରୁଥିବା ବେଳେ ଗୁଫରାନ ଗୁଳିମାଡ଼ କରିଥିଲା। ଅଧିକାରୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ।

Advertisment

ଏହି ସମୟରେ ଗୁଫରାନ ଦେହରେ ଗୁଳିମାଡ଼ ହୋଇଥିଲା। ତା’କୁ ଆହତ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଗୁଫରାନ ନାଁରେ ପ୍ରତାପଗଡ଼ ଓ ଅନ୍ୟ ଜିଲ୍ଲାରେ ୧୩ଟି ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଲୁଟ ଆଦି ଏଥିରେ ଅନ୍ତର୍ଭୁକ୍ତ ବୋଲି ପୁଲିସ୍‌ କହିଛି।

୨୦୧୭ରେ ଯୋଗୀ ଆଦିତ୍ୟନାଇ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ତର ପ୍ରଦେଶରେ ନିୟମିତ ଏନକାଉଣ୍ଟର ଦେଖିବାକୁ ମିଳିଛି। ଇତି ମଧ୍ୟରେ ପୁଲିସ୍‌ ୧୦,୯୦୦ ଏନକାଉଣ୍ଟର କରିଥିବା ବେଳେ ଏଥିରେ ୧୮୫ ଜଣ କୁଖ୍ୟାତ ଅପରାଧୀ ପ୍ରାଣ ହରାଇଛନ୍ତି।

Police Encounter Encounter Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe