/odisha-reporter/media/post_attachments/uploadimage/library/16_9/16_9_0/IMAGE_1679752828.jpg)
Waqf board
ବିଜେପି ନେତୃତ୍ୱାଧୀନ କର୍ଣ୍ଣାଟକା ସରକାର ରାଜ୍ୟରେ ମୁସଲିମମାନଙ୍କୁ ମିଳୁଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରି ଦେଇଛନ୍ତି। ଶୁକ୍ରବାର ସରକାର ଏପରି ନିଷ୍ପିତ୍ତି ନେଇଥିବା ବେଳେ ଆଜି ଏହାକୁ ୱାକଫ ବୋର୍ଡ ବିରୋଧ କରିଛି। ବୋର୍ଡ ପକ୍ଷରୁ ୨ବି ବର୍ଗରେ ପୁଣି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି। ଏଥିସହ ସହ ଭୋଟ ଧ୍ରୁବୀକରଣ ପାଇଁ ସରକାର ଏପରି ପଦକ୍ଷେପ ନେଇଥିବା ମଧ୍ୟ ବୋର୍ଡ ଅଭିଯୋଗ କରିଛି।
ବୋର୍ଡର ଜଣେ ସଦସ୍ୟ କହିଛନ୍ତି, “ବିଜେପି ସରକାରଙ୍କ ଠାରୁ ଆମର କୌଣସି ଆଶା ନାହିଁ। ଆମେ କେବଳ ୨ବି ବର୍ଗରେ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ପୁଣି ଲାଗୁ କରିବାକୁ ଦାବି କରୁଛୁ। ସେମାନେ ଭୋଟ ଧ୍ରୁବୀକରଣ ପାଇଁ ଏପରି କରିଛନ୍ତି। ଅନ୍ୟ ଜାତିର ଲୋକଙ୍କ ପାଇଁ ସରକାର କରୁଥିବା ସଂରକ୍ଷଣ ବ୍ୟବସ୍ଥାରେ ଆମର କୌଣସି ପ୍ରକାରର ଆପତ୍ତି ନାହିଁ।
କିନ୍ତୁ ମୁସଲିମମାନଙ୍କ ସହ ଯାହା ହୋଇଛି, ତା’କୁ ଆମେ ବିରୋଧ କରୁଛୁ। ୨ବି ଅଧୀନରେ ସଂରକ୍ଷଣ ବ୍ୟବସ୍ଥା ନିର୍ଦ୍ଦିଷ୍ଟ ଭାବେ ଆମ ପାଇଁ ଥିଲା। ଏବେ ଏହାକୁ ଉଚ୍ଛେଦ କରାଯାଉଛି। ଆମକୁ ଏଣିକି ବ୍ରହମନ, ବ୍ୟାସ ଓ ଜୈନଙ୍କ ଭଳି ଶକ୍ତିଶାଳୀ ସଂପ୍ରଦାୟର ଲୋକଙ୍କ ସହ ପ୍ରତିଯୋଗିତା କରିବାକୁ ପଡ଼ିବ। ଆମେ କେବଳ ୨ବି ସଂରକ୍ଷଣ ବ୍ୟବସ୍ଥା ପୁଣି ଲାଗୁ କରିବାକୁ କହୁଛୁ।”
ୱାକଫ ବୋର୍ଡ ପକ୍ଷରୁ ରାଜ୍ୟପାଳଙ୍କୁ ଏସଂକ୍ରାନ୍ତରେ ଗୋଟିଏ ସ୍ମାରକପତ୍ର ଦିଆଯିବ। ଏଥିସହ ସରକାର ଦାବି ପୂରଣ ନ କଲେ ବୋର୍ଡ ରାଜରାସ୍ତାକୁ ଓହ୍ଲାଇବ ଓ ବିଧାନସଭାର ଆଗରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି।
କର୍ଣ୍ଣାଟକା ସରକାର ମୁସଲିମମାନଙ୍କୁ ମିଳୁଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁସଲିମାନଙ୍କୁ ଆର୍ଥିକ ଦୁର୍ବଳ ବର୍ଗ(EWS)ର ୧୦% ସଂରକ୍ଷଣ ବ୍ୟବସ୍ଥାରେ ସାମିଲ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
