Advertisment

ସଂସଦ ଭବନକୁ ଉଡ଼ାଇ ଦେବାକୁ ଧମକ

ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକ। ଇମେଲରେ ଆସିଛି ଏହି ଧମକ। ସଂସଦ ଭବନ ସହିତ ଦିଲ୍ଲୀର ୯ଟି ବିଦ୍ୟାଳୟକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଆସିଛି।

 New Parliament Building
Advertisment

ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକ। ଇମେଲରେ ଆସିଛି ଏହି ଧମକ। ଆସନ୍ତା ୧୩ ତାରିଖ ଅପରାହ୍ନ ୧ଟା ୧୧ରେ ସଂସଦ ଭବନକୁ ଉଡ଼ାଇ ଦେବାକୁ ଇମେଲରେ ଧମକ ଦିଆଯାଇଛି। 

Advertisment

ଖଲିସ୍ତାନ ନ ନାଁରେ ଆସିଛି ଏହି ଧମକ। ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲରେ ଦିଆଯାଇଛି ଧମକ। ଅପ୍ରେଲ ଗୁରୁକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦିଲ୍ଲୀକୁ ଖଲିସ୍ତାନ କରାଯିବ ବୋଲିି କୁହାଯାଏ।

ଏହି ଧମକ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପୁଲିସ, ଅଗ୍ନିଶମ ବାହିନୀ ଓ ବମ୍ ସ୍କାଡକୁ ଆଲର୍ଟ କରାଯାଇଛି।

Advertisment

ଅନ୍ୟ ପକ୍ଷରେ ଆଜି ଦିଲ୍ଲୀର ୯ଟି ବିଦ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଇମେଲ ଆସିଥିଲା। ଦିଲ୍ଲୀ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏନେଇ ସକାଳ ପ୍ରାୟ ସାଢେ଼ ୮ଟାରେ ଆସିଥିଲା କଲ୍। ସଙ୍ଗେ ସଙ୍ଗେ ଏହି ବିଦ୍ୟାଳୟଗୁଡ଼ିକୁ ଟୀମ୍ ପଠା ଯାଇଥିଲା।

ବିଦ୍ୟାଳୟ ଗୁଡିକୁ ବୋମା ଧମକ ମିଳିଥିବା ବେଳେ ସେମିତି କିଛି ଅଘଟଣ ଘଟିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe