Advertisment

ଦୁଇ ସେନା ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

author-image
Jitendra Garnayak
Delhi

representational image

ଦିଲ୍ଲୀରେ ଥିବା ଦୁଇଟି ସେନା ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ଆସିଛି।

Advertisment

ଯେଉଁ ଦୁଇଟି ସ୍କୁଲକୁ ଏହି ଧମକ ମିଳିଛି, ସେଗୁଡ଼ିକ ହେଉଛି - ଧୈ।ଲାକୁଆ ସ୍ଥିତ ଆର୍ମି ପବ୍ଲିକ ସ୍କୁଲ ଓ ଲୋଧି ରୋଡ଼ ସ୍ଥିତ ବାୟୁ ସେନାର ବାଲ ଭାରତୀ ସ୍କୁଲ।

ଏଭଳି ଧମକ ମିଳିବା ପରେ ସ୍କୁଲ ପରିସରକୁ ଖାଲି କରାଯାଇଛି। ସୁରକ୍ଷା ଏଜେନ୍ସୀଗୁଡୀକ ଖାନତଲାସି କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି।

Advertisment

ଏହା ପୂର୍ବରୁ ବେଶ୍ କିଛି ଦିନ ତଳେ ଦିଲ୍ଲୀର ପ୍ରାୟ ୮ଟି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା। ସେହିପରି ଏଇ ଦୁଇ ତିନି ଦିନ ତଳେ ଦିଲ୍ଲୀର ଲାଲକିଲ୍ଲା ସହିତ କିଛି ପ୍ରମୁଖ ଧାର୍ମିକ ସ୍ଥଳୀକୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର ଇ ତାଏବା ଆକ୍ରମଣ କରିବାକୁ ଯୋଜନା କରୁଥିବା ଖବର ଆସିଥିଲା।

ଏହି ଗୁଇନ୍ଦା ସୂଚନା ଆଧାରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦେଶର ଆଉ କିଛି ସ୍ଥାନରେ ଥିବା ପ୍ରମୁଖ ଧାର୍ମିକ ସ୍ଥଳୀରେ ମଧ୍ୟ ଲସ୍କର ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ମସଜିଦରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ପ୍ରତିଶୋଧ ନେବାକୁ ଲସ୍କର ଏଭଳି ଯୋଜନା କରୁଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଭାରତର କିଛି ଭୂମିକା ନାହିଁ। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନିଜକୁ ଦାୟୀ କରିସାରିଛି।