Advertisment

ବର୍ଷିଲେ ଦିଦି, କହିଲେ- ଅମର୍ତ୍ୟ ସେନଙ୍କ ଘର ଭାଙ୍ଗିଲେ ପରିସ୍ଥିତି ଭୟଙ୍କର ହେବ

ତୁମେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନଙ୍କ ଘରେ ହାତ ମାରିଲେ ପରିସ୍ଥିତି ଭୟଙ୍କର ହେବ । ତାଙ୍କ ଘରେ ବୁଲଡୋଜର ବୁଲାଇଲେ ତା’ ଆଗରେ ମୁଁ ବସିବି ।’

author-image
Niharika Rout
Mamataa Banerjee  & Amartya Sen

Mamataa Banerjee & Amartya Sen

‘ତୁମେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନଙ୍କ ଘରେ ହାତ ମାରିଲେ ପରିସ୍ଥିତି ଭୟଙ୍କର ହେବ । ତାଙ୍କ ଘରେ ବୁଲଡୋଜର ବୁଲାଇଲେ ତା’ ଆଗରେ ମୁଁ ବସିବି । ତାଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ।’ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ୍‌ରେ ଥିବା ଅମର୍ତ୍ୟ ସେନଙ୍କ ଘର ଉଚ୍ଛେଦ କରିବାକୁ ବାରମ୍ବାର ନୋଟିସ ଦେଉଥିବା ବେଳେ ଏପରି ନାଲି ଆଖି ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଅମର୍ତ୍ୟ ସେନ ୟୁନିଭରସିଟି କ୍ୟାମ୍ପସରେ ୧.୩୮ ଏକର ଜାଗା ମାଡ଼ି ବସିଛନ୍ତି। ତାଙ୍କ ମାଲିକାନାରେ ୧.୨୫ ଏକର ଜାଗା ଥିବା ବେଳେ ସେ ଅଧିକ ୧୩ ଡେସିମିଲ ଜାଗା ମାଡ଼ି ବସିଛନ୍ତି। ତେଣୁ ତୁରନ୍ତ ଉକ୍ତ ୧୩ ଡେସିମିଲ ଜାଗା ଖାଲି କରିବାକୁ ଅମର୍ତ୍ୟ ସେନଙ୍କ ନିକଟକୁ ବାରମ୍ବାର ନୋଟସ ପଠାଉଛନ୍ତି ୟୁନିଭରସିଟି କର୍ତ୍ତୃପକ୍ଷ ।

ମେ’ ୬ ସୁଦ୍ଧା ଉକ୍ତ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଥିଲା । ନଚେତ ଜୋରଜବରଦସ୍ତ ଏହି ଜାଗାକୁ ଖାଲି କରାଯିବ ବୋଲି ଧମକ ଦିଆଯାଇଥିଲା।

Advertisment

ଏନେଇ ଅମର୍ତ୍ୟ ସେନ ସୁରି ଜିଲ୍ଲା ଅଦାଲତର ଦ୍ୱାରସ୍ଥ ହୋଇ ତାଙ୍କୁ ଜାଣିଶୁଣି ବଳପ୍ରୟୋଗ କରି ବେଦଖଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହି ମାମଲାର ଶୁଣାଣି ଏବେ ତଳ କୋର୍ଟରେ ଚାଲିଥିବା ବେଳେ ଆସନ୍ତା ୧୦ ତାରିଖରେ ଏହାର ଶୁଣାଣି ହେବାର ଅଛି । ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅପରପକ୍ଷେ, ୟୁନିଭରସିଟି କର୍ତ୍ତୃପକ୍ଷ ଏନେଇ କାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଉଚ୍ଛେଦ ଅର୍ଡର ଦେବାକୁ ଗୁହାରି କରିଛନ୍ତି । ମାତ୍ର ତଳ କୋର୍ଟରେ ମାମଲା ଶୁଣାଣି ଚାଲିଥିବା ବେଳେ ହାଇକୋର୍ଟ ୟୁନିଭରସିଟିର ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି।

ଅପରପକ୍ଷ, ଅମର୍ତ୍ୟ ସେନଙ୍କ ପରି ବିଶ୍ୱ ଦରବାରରେ ପରିଚିତ ଜଣେ ବ୍ୟକ୍ତିଙ୍କ ବିରୋଧରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି କଠୋର ଆଭିମୁଖ୍ୟକୁ ବରଦାସ୍ତ କରାଯିବନି ବୋଲି  ରୋକଠୋକ ଶୁଣାଇ ଦେଇଛନ୍ତି ଦିଦି । ଏପରିକି ତାଙ୍କ ସପକ୍ଷରେ ଛିଡ଼ା ହେବ ସହ ଏପରି ଏକଛତ୍ରବାଦ ଶାସନକୁ ବରଦାସ୍ତ ନ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

Mamata Banerjee West Bengal